www.samajalive.in
Monday, December 8, 2025
14.1 C
Bhubaneswar

ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନରେଟ ପୁଲିସ ସଜାଗ : କଟକ ଡିସିପି

ପ୍ରଶ୍ନ : ରାଜ୍ୟରେ ଲୋକସଭା  ଏବଂ ବିଧାନସଭା ନିର୍ବାଚନ ଏକାଠି ଅନୁଷ୍ଠିତ ହେଉଛି । ମୁକ୍ତ ଓ ଅବାଧ ନିର୍ବାଚନ ତଥା ଆଇନ ଶୃଙ୍ଖଳା ବଜାୟ ରଖିବାରେ ପୁଲିସର ଗୁରୁଦାୟିତ୍ୱ ରହିଥାଏ। ଏହା ଉପରେ ଆପଣଙ୍କ ମତ କ’ଣ ?
ଉତ୍ତର : ବହୁତ ଦାୟିତ୍ୱ ରହିଛି । ଯେଉଁମାନଙ୍କ ଉପରେ ଅପରାଧିକ ମାମଲା ରହିଛି ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଯେଉଁ ମାନଙ୍କର ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଅଛି ସେମାନେ ଅସ୍ତ୍ର ଜମା କରିବେ। ଯେଉଁମାନେ ଅଭ୍ୟାସଗତ ଅପରାଧୀ ଅଛନ୍ତି ସେମାନଙ୍କ ଉପରେ ସିଆରପିସି ୧୦୭ ଏବଂ ୧୧୦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନଙ୍କ ନାମରେ ଏତଲା ରହିଛି ସେମାନଙ୍କ ଉପରେ ମଧ୍ୟ ନଜର ରଖାଯିବ। ଯଦି କୌଣସି ସ୍ଥାନରେ ଟଙ୍କା ବଣ୍ଟା କରାଯାଉଥିବା ସୂଚନା ମିଳିଲା ସେମାନଙ୍କୁ ଗିରଫ କରାଯିବ। ଏ ସମସ୍ତ ଦିଗରେ ଆମେ କାର୍ଯ୍ୟ କରୁଛୁ। ଡିଜି ଦେଇଥିବା ସମସ୍ତ ଟାର୍ଗେଟ ପୂରଣ କରିବା ସହ ଆମେ ଅଧିକ କାର୍ଯ୍ୟ କରିଛୁ। ନିର୍ବାଚନରେ ପୁଲିସର ଭୂମିକା ଯାହା ଆମେ ସେହି କାର୍ଯ୍ୟ କରୁଛୁ। ଏକ ଶାନ୍ତିପୁର୍ଣ୍ଣ ନିର୍ବାଚନ କରିବା ଆମ ଲକ୍ଷ୍ୟ।
ପ୍ରଶ୍ନ : ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଦାଖଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଚାର ସମୟରେ ଜନଗହଳି ଦେଖିବାକୁ ମିଳିଥାଏ। କଟକର ଭୌଗଳିକ ସ୍ଥିତି ଅନୁସାରେ ଏହି ଜନଗହଳି ଦ୍ୱାରା ସ୍ଥାନୀୟ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ଏଥିପ୍ରତି କମିସନରେଟ ପୁଲିସ କ’ଣ ପଦକ୍ଷେପ ନେଉଛନ୍ତି।
ଉତ୍ତର : ନିର୍ବାଚନ କମିଶନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଜିଲା ନିର୍ବାଚନ ଅଧିକାରୀ ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଦ୍ୱାରା ନିର୍ବାଚନୀ ପ୍ରଚାରର ଅନୁମତି ଦେଉଛନ୍ତି। ଏଥିପାଇଁ ଜିଲାପାଳଙ୍କ ସହ ପୁଲିସ ମିଳିତ ଭାବେ କାର୍ଯ୍ୟକରୁଛୁ । ହଁ ଏହା ସତ କଟକ ପୁରୁଣା ସହର ହୋଇଥିବାରୁ ଏଠାରେ ଏକ ନିର୍ବାଚନ ରାଲି ଆସିଲେ ଟ୍ରାଫିକ ଜାମ ଦେଖିବାକୁ ମିଳୁଛି । ଗତ ଦୁଇ ଦିନଧରି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସହରରେ ଅଧିକ ଭିଡ ଦେଖିବାକୁ ମିଳିଥିଲା। ଅଧିକ ପ୍ରାର୍ଥୀ ନାମାଙ୍କନ କରିବା ସହ କିଛି ପାର୍ଥୀ ଅଧିକ ଲୋକ ମଧ୍ୟ ନେଇକି ଆସିଥିଲେ। ଏଥିପ୍ରତି ଦୃଷ୍ଟି ଦିଆଯାଉଛି।
ପ୍ରଶ୍ନ : କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ଚଢଉ ଦ୍ୱାରା ଟଙ୍କା ଜବତ କରାଯାଇଛି। ନିର୍ବାଚନ ସମୟରେ ଏହି ଟଙ୍କା ବଣ୍ଟାକୁ ନେଇ କଟକରେ କଣ ବ୍ୟବସ୍ଥା କରାଯାଇଛି?
ଉତ୍ତର : ଏ ସମସ୍ତ ଦିଗପ୍ରତି ଆମେ ଦୃଷ୍ଟି ଦେଉଛୁ। ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବାପରେ ଏହି ସବୁ ଜିନିଷ ବଢିଥାଏ। ସମସ୍ତ ଥାନାର ଆଇଆଇସି ମାନଙ୍କ ସହ କଥା ହୋଇଛୁ, ଏହିସବୁ ଜିନିଷ ଦେଖାଗଲେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଫ୍ଲାଇଂ ସ୍କ୍ୱାର୍ଡ ଏବଂ ଅନ୍ୟ ସମସ୍ତ ଦଳ ଜିଲାପାଳଙ୍କ ତତ୍ୱବଧାନରେ କାର୍ଯ୍ୟ କରୁଛନ୍ତି। ଅନ୍ୟ ସମସ୍ତ ଆଇଆଇସି ମାନଙ୍କୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇଛି।
ପ୍ରଶ୍ନ : ୨୦୧୪ ସାଧାରଣ ନିର୍ବାଚନ ସମୟରେ ଆପଣ ମାଲକାନଗିରି ଭଳି ମାଓପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଥିଲେ, କିନ୍ତୁ ବର୍ତ୍ତମାନ ଆପଣ ଭୁବନେଶ୍ବର-କଟକ କମିଶନରେଟରେ କାର୍ଯ୍ୟରତ। ଏହି ଦୁଇଟି ସ୍ଥାନରେ କିଭଳି ନିର୍ବାଚନର ପାର୍ଥକ୍ୟକୁ ଦେଖୁଛନ୍ତି?
ଉତ୍ତର : ମାଲକାନଗିରିରେ ନିର୍ବାଚନ ଅଧିକାରୀ ଏବଂ ପୁଲିସ କର୍ମଚାରୀ ମାନଙ୍କୁ ନକ୍ସଲ ଆକ୍ରମଣ କରିବା ପ୍ରତି ସଜାଗ ରହୁଥିଲୁ। ସହର ଅଞ୍ଚଳରେ ପୁଲିସ ଉପରେ ନକ୍ସଲ ମାନଙ୍କ ଆକ୍ରମଣର ଭୟ ନାହିଁ। ଏଠାରେ ଅଲଗା ସମସ୍ୟା ରହିଛି। ଏଠାକାର ଲୋକମାନେ ରାଜନୈତିକ ସଚେତନ ରହିଛନ୍ତି, ଯାହା ମାଲକାନଗିରିରେ ଦେଖିବାକୁ ମିଳିନଥାଏ। ରାଜନୈତିକ ସ୍ତରରେ ଜୋରଦାର ପ୍ରଚାର ଏଠାରେ ଦେଖିବାକୁ ମିଳିଥାଏ। କିନ୍ତୁ ମାଲକାନଗିରିରେ ନିର୍ବାଚନ ସୁରୁଖୁରରେ କରିବା ପାଇଁ ବିଏସଏଫ୍‍, ସିଆରପିଏଫ୍‍, ଏସଓଜି ପ୍ରମୁଖ ସ୍ଥଳ ସେନାଙ୍କୁ ନିୟୋଜିତ କରାଯାଇଥାଏ।
ପ୍ରଶ୍ନ : ନିର୍ବାଚନ ସମୟରେ ପ୍ରାର୍ଥୀମାନେ ସମାଜିକ ଗଣମାଧ୍ୟମ ବହୁଳ ଭାବରେ ବ୍ୟବହାର କରିଥାନ୍ତି। ଏହିସମୟରେ କିଛି ପ୍ରାର୍ଥୀମାନଙ୍କ ବିରୋଧରେ ମିଥ୍ୟା ପ୍ରଚାର ମଧ୍ୟ କରାଯାଏ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି?
ଉତ୍ତର : କଟକ କମିସନରେଟ ପୁଲିସ କାର୍ଯ୍ୟାଳୟରେ ସୋସିଆଲ ମିଡିଆକୁ ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅଭିଯୋଗ ଆସିନାହିଁ। ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ପ୍ରଶ୍ନ : ପୁଲିସର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଆସୁଛନ୍ତି। ଏହାକୁ ନେଇ ଆପଣଙ୍କ ମତ କଣ?
ଉତ୍ତର : ଏ ସମସ୍ତ ଅଭିଯୋଗ ଦଳମାନଙ୍କ ନିଜର ସମସ୍ୟା। ଆମର କାର୍ଯ୍ୟଶୈଳୀରେ ଆଜି ପର୍ଯ୍ୟନ୍ତ କେବେ ଏସବୁ କାର୍ଯ୍ୟ କରିନାହୁଁ କିମ୍ବା ଭବିଷ୍ୟତରେ ମଧ୍ୟ କରିବୁ ନାହୁଁ। ଯିଏ ବି ଆଇନ ଉଲଙ୍ଘନ କରିବ ତାଙ୍କୁ ଗିରଫ କରାଯିବ ସେ ବିଜେଡି, ବିଜେପି କିମ୍ବା କଂଗ୍ରସ ହୁଅନ୍ତୁ ନା କାହିଁକି । ଆଜି ପର୍ଯ୍ୟନ୍ତ ଯାହାକୁ ବି ଧରିଛୁ କୌଣସି ଦଳ ଭିତ୍ତିରେ ଗିରଫ କରିନାହୁଁ କିମ୍ବା ଆଗକୁ ମଧ୍ୟ ଧରିବୁ ନାହିଁ। କୌଣସି ଦଳ କଣ କହିଲା ଆମର ସେଥିରେ କୌଣସି ମତଲବ ନାହିଁ। ବହୁତ ଲୋକ ବହୁତ କିଛି କହୁଛନ୍ତି ଆମର ସେଥିରେ କିଛି କହିବାର ନାହିଁ।
ପ୍ରଶ୍ନ : ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳୁଛି । ନିର୍ବାଚନ ସମୟରେ ବହୁତ ରାଜନୈତିକ ହିଂସା ହେଉଥିବା ଦେଖିବାକୁ ମିଳିଥାଏ। ଏଥିପ୍ରତି କିଭଳି ଦୃଷ୍ଟି ଦିଆଯାଇଛି?
ଉତ୍ତର : ଏଥିପ୍ରତି ଆମେ ବହୁତ ସଜାଗ ଅଛୁ, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସେମାନଙ୍କ ସହ କଥା ହୋଇ ଏହା ନକରିବାକୁ ସଚେତନ କରିବୁ। ସେମାନଙ୍କୁ ଭୟ ଦେଖାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏହା ପରେ ବି ଆମେ ନୀରବରେ ବସିବୁ ନାହିଁ । ଯଦି  କିଏ ଏଭଳି କାର୍ଯ୍ୟ କରିବ ତାହେଲେ ଆଇନ ତା ଅନୁସାରେ କାର୍ଯ୍ୟ କରିବ। କାର୍ଯ୍ୟନୁଷ୍ଠାନ ପରେ ଲୋକମାନେ ଦେଖିବେ ଆଇନ କିପରି କାର୍ଯ୍ୟ କରେ।
ପ୍ରଶ୍ନ : ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ପାଇଁ କଟକ କମିସନରେଟ ପୁଲିସ ତରଫରୁ କଣ ପଦକ୍ଷେପ ନିଆଯାଉଛି?
ଉତ୍ତର : ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ପାଇଁ ଆମେ ପୂର୍ବରୁ ହିଁ ପ୍ରସ୍ତୁତ ଥିଲୁ। ଅପରାଧ କାର୍ଯ୍ୟରେ ଲିପ୍ତଥିବା ଲୋକମାନଙ୍କୁ ଚେତାବନୀ ଦିଆ​ଯାଇଛି। ବିଭିନ୍ନ ଅପରାଧିକ ଗୋଷ୍ଠିକୁ ମଧ୍ୟ ଗିରଫ କରିଛୁ। ବିଭିନ୍ନ ଅପରାଧିମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି। ସେହି ଅଞ୍ଚଳରେ ଆମେ ବୁଲିବୁ ଏବଂ ଲୋକମାନଙ୍କୁ ଚେତାବନୀ ଦେବୁ। ନିର୍ବାଚନ ପାଇଁ ଆମେ ପ୍ରାୟତଃ କାର୍ଯ୍ୟ କରିସାରିଛୁ। ଆଉ ଯାହା ବି କାର୍ଯ୍ୟ ଅଛି ତାହା ବହୁତ ଶୀଘ୍ର କରିବୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories