ଆଜି ୬ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର: ବାଲେଶ୍ୱର ସହରରେ ଆଜି ୬ଘଣ୍ଟା କୋହଳ ହୋଇଛି କର୍ଫ୍ୟୁ। ପ୍ରଶାସନ ପକ୍ଷରୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହି ସମୟରେ ଆବଶ୍ୟକ ଜିନିଷପତ୍ର କିଣିପାରିବେ ଲୋକେ। ଗତକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଥିଲା। କର୍ଫ୍ୟୁ କୋହଳ କରାଯିବା ପରେ ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି। ସହରରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ବଳବତ୍ତର ରହିବା ସହ ଇଣ୍ଟରନେଟ୍‌‌ ସୁବିଧା ମଧ୍ୟ ବନ୍ଦ ରହିଛି। ଅନ୍ୟପଟେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫଙ୍କ ସଂଖ୍ୟା ୪୫କୁ ବୃଦ୍ଧି ହୋଇଛି।

Comments are closed.