www.samajalive.in
Monday, December 15, 2025
24.1 C
Bhubaneswar

ବିପଦ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପ୍ରଭାତ

ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ସମେତ ରାଜ୍ୟରେ ଲକ୍‌ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଭଳି ଘଡିସନ୍ଧି ମୂହୂର୍ତ୍ତରେ ଧନୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ ଯାତାୟତ ଠାରୁ ଆରମ୍ଭ କରି ଜୀବନଜୀବିକା ପର୍ୟ୍ୟନ୍ତ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏହି ମଧ୍ୟରୁ ନିଜ କର୍ତ୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଚୌଦ୍ୱାର-କଟକର ପୂର୍ବତ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ । ସେହିଭଳି ବର୍ତ୍ତମାନ ସମୟରେ ରାଜ୍ୟରେ ରକ୍ତର ଘୋର ଅଭାବ ଦେଖାଦେଇଥିବାବେଳେ ନିଜର କର୍ତ୍ତବ୍ୟକୁ ପାଳନ କରିବା ସହ ରକ୍ତର ଏହି ଉତ୍କଟ ଅଭାବକୁ ଦୂର କରିବାକୁ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶ୍ରୀଯୁକ୍ତ ପ୍ରଭାତ ବିଶ୍ୱାଳ ଦୀର୍ଘ ୭ ଦିନବ୍ୟାପି ଏକ ବିଶାଳ ରକ୍ତଦାନ ଅଭିଯାନ ଆରମ୍ଭ କରିଥିଲେ । ଯେଉଁଥିରେ ୫ଶହରୁ ଉର୍ଦ୍ଧ୍ୱ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା । ୧୭.୪.୨୦ରେ ପ୍ରଭାତଙ୍କ ବାସଭାବନରୁ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା, ଯେଉଁଥିରେ ତାଙ୍କ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ସ୍ୱେଚ୍ଛାସେବୀ ପର୍ୟ୍ୟନ୍ତ ସମସ୍ତେ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ । ଏହି କ୍ରମରେ ଦ୍ୱିତୀୟ ଦିନରେ ୫୩ ୟୁନିଟ, ତୃତୀୟ ଦିନରେ ୭୩ ୟୁନିଟ, ଚତୁର୍ଥ ଦିନରେ ୧୬୨ ୟୁନିଟ, ପଞ୍ଚମ ଦିନରେ ୬୨ ୟୁନିଟ, ଷଷ୍ଠ ଦିନରେ ୧୦୮ ୟୁନିଟ ଏବଂ ସପ୍ତମ ଦିନ ୫୮ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା । ଦୀର୍ଘ ୭ଦିନ ବ୍ୟାପି ଏହି ରକ୍ତଦାନ କାର୍ୟ୍ୟକ୍ରମ ଚୌଦ୍ୱାର-କଟକର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା ।

କେବଳ ଏତିକି ନୁହେଁ ଦୁଃଖୀ, ଅସହାୟଙ୍କୁ ସୁଖିଲା ଏବଂ ରନ୍ଧା ଖାଦ୍ୟ ବଣ୍ଟନ ଠାରୁ ଆରମ୍ଭ କରି ଅନେକ ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାରେ ମଧ୍ୟ ତାଙ୍କ ପ୍ରମୁଖ ଭୂମିକା ରହିଛି । ଏହା ସହ ଲକଡାଉନ ସମୟରେ ସ୍ୱାସ୍ଥ୍ୟ ସେବା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପୂର୍ବରୁ ସେ ନିଜସ୍ୱ ଖର୍ଚ୍ଚରେ ଦୁଇଟି ଆମ୍ବୁଲାନ୍ସର ମଧ୍ୟ ଶୁଭାରମ୍ଭ କରିଥିଲେ, ଯାହାକି ରୋଗୀଙ୍କୁ ଅପତ୍ତକାଳୀନ ସେବା ଯୋଗାଇ ଦେଇବାରେ ଖୁବ ଫଳପ୍ରଦ ହୋଇଛି ।

- Advertisement -

ଏହିଭଳି ଏକ ଘଟଣାକ୍ରମେ ପ୍ରଭାତ ବିଭିନ୍ନ ପ୍ରକାରର ଜନମଙ୍ଗଳକାରୀ କାର୍ଯ୍ୟ କରିଥିବା ଦୃଶ୍ୟ ସମସ୍ତଙ୍କ ସାମନାକୁ ମଧ୍ୟ ଆସିଥିଲା । ସେଥିମଧ୍ୟରୁ ପ୍ରଭାତ, ଏକ ଅସହାୟ ମା’ର ଦୁଃଖକୁ ବୁଝି ତାର ଝିଅର ମୃତ ଦେହକୁ ନିଜସ୍ୱ ଆମ୍ବୁଲାନ୍ସ ଜରିଆରେ କଳାହାଣ୍ଡି ପଠାଇଥିବାବେଳେ ଅନ୍ୟପଟେ ଆଉ ଜଣେ ମହିଳା ତିନୋଟି ଯମଜ ସନ୍ତାନ ଜନ୍ମ ଦେବା ପରେ ପରିବାର ଲୋକଙ୍କ ପକ୍ଷରୁ ତାଙ୍କୁ ଘରକୁ ନେଇଯିବା ପାଇଁ ସରକାରୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସେଥିପାଇଁ ଉକ୍ତ ମହିଳାଙ୍କ ପରିବାର ଲୋକେ ଏକ ସମ୍ବାଦପତ୍ର ଜରୀଆରେ ପାଇଥିବା ଏକ ନମ୍ବରକୁ ଫୋନ କରିଥିଲେ, ଯାହାକି ପ୍ରଭାତଙ୍କ ନମ୍ବର ଥିଲା । ଏହି ସଂପର୍କରେ ଖବର ପାଇବା ପରେ ପ୍ରଭାତ ନିଜସ୍ୱ ଆମ୍ବୁଲାନ୍ସ ଯୋଗେ ଉକ୍ତ ମହିଳାଙ୍କୁ ତୁରନ୍ତ ତାଙ୍କ ଘରେ ବିଞ୍ଝାରପୁରରେ ଛାଡିଥିଲେ । ସେହିଭଳି ଆଉ ଜଣେ ଆସ୍କାର ପୀଡିତ ମହିଳା କଟକ ବଡ ମେଡିକାଲରେ ସ୍ତନ କର୍କଟ ରୋଗରେ ଚିକିତ୍ସିତ ହେଉଥିବାବେଳେ କିନ୍ତୁ ତାଙ୍କୁ ଘରକୁ ନେବା ପାଇଁ କୌଣସି ସରକାରୀ ଆମ୍ବୁଲାନ୍ସ ମିଳି ନ ଥିଲା । ଏହି ସଂପର୍କରେ ପ୍ରଭାତଙ୍କୁ ସୂଚନା ମିଳିବା ପରେ ସେ ତୁରନ୍ତ ନିଜସ୍ୱ ଆମ୍ବୁଲାନ୍ସ ଜରିଆରେ ଉକ୍ତ ମହିଳାଙ୍କୁ ତାଙ୍କ ଘରେ ପହଞ୍ଚାଇଥିଲେ । ଏଭଳି ଭାବେ ପ୍ରତିଦିନ ପ୍ରଭାତ ଅନେକ ଗୁରୁତର ରୋଗୀଙ୍କୁ ସହାୟତା ଯୋଗାଇ ଦେଉଥିବାବେଳେ ଲକଡାଉନ ପ୍ରତ୍ୟାହାର ପର୍ଯ୍ୟନ୍ତ ସେ ଏଭଳି ଭାବେ ରୋଗୀଙ୍କୁ ସେବା ଯୋଗାଇଦେବେ ବୋଲି କହିଛନ୍ତି । ବାସ୍ତବରେ ପ୍ରଭାତଙ୍କର ଏହିଭଳି ଜନମଙ୍ଗଳକାରୀ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଉଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories