www.samajalive.in
Friday, December 5, 2025
26.1 C
Bhubaneswar

ଗରିବ ନିରାଶ୍ରୟଙ୍କ ପାଇଁ ଅନ୍ନଦାତା ସାଜିଛି ସ୍ୱେଚ୍ଛାସେବୀ ସଂସ୍ଥା ‘ଦାପ୍ତା’

ଲାଞ୍ଜିିଗଡ : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ତାଲାବନ୍ଦ ଗରିବ ଲୋକ ମାନଙ୍କୁ ପ୍ରଭାବିତ କରିଛି। ଏହି ଘଡିସନ୍ଧି ମୁହୁର୍ତ୍ତରେ ଦେବଦୂତ ସାଜି ଗରିବ ଅସହାୟ ପରିବାରକୁ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଦାପ୍ତା’ । ସାରା କଳାହାଣ୍ଡି ଜିଲା ଲକ୍‍ଡାଉନ ହେଲା ଦିନଠୁ ଏହି ସଂସ୍ଥା କର୍ମଚାରୀ ମାନେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଗୁଡିକୁ ଯାଇ ଶୁଖିଲା ଖାଦ୍ୟ ଚାଉଳ, ଡାଲି, ଚୁଡା ଓ ଅତି ଆବଶ୍ୟକ ସାମଗ୍ରୀ ବଣ୍ଟନ କରୁଛନ୍ତି। ଦାପ୍ତା ସଂସ୍ଥାର ଦିପେନ ଶର୍ମାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଗାଁ ମାନଙ୍କୁ ଯାଇ ଖାଦ୍ୟ ବଣ୍ଟନ କରିବା ସହ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରାଉଛନ୍ତି। ଆଜି ଲାଞ୍ଜିଗଡ ବ୍ଲକର କାନକୁଟ୍ରୁ ପଞ୍ଚାୟତର ରଣରଣା , କନ୍ଧବୋରୀ, କୁମାରପଡା ଲାଞ୍ଜି ପଞ୍ଚାୟତର ତେନ୍ତୁଲିପଙ୍ଗା, ଗୋଇଚର୍ଚ୍ଚା, ମୁଠାଗୁଡା ଓ ଭଟାଙ୍ଗପଦର ପଞ୍ଚାୟତର ରାନିକଟା, କୋଲଗାଁ, କାନିକୁପା, ନନ୍ଦକନା ଆଦି ଗାଁକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବଲଭଦ୍ର ମାଝୀ ଯୋଗ ଦେଇ ସମସ୍ତ ଜନସାଧାରଣଙ୍କୁ ସଚେତନ କରିବା ସହ ସାବୁନରେ ହାତ ଧୋଇବା ,ସମାଜିକ ଦୂରତା ରକ୍ଷା କରିବା ଆଦି କହିଥିଲେ ଓ ଖାଦ୍ୟ ସାମଗ୍ରୀ,ମାସ୍କ ବଣ୍ଟନ କରିଥିଲେ। କାନକୁଟ୍ରୁ ସରପଞ୍ଚ ସରସ୍ୱତି ମାଝୀ, ସମିତି ସଭ୍ୟା ରୂପି ମାଝୀ ପ୍ରମୂଖ ମଧ୍ୟ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories