www.samajalive.in
Monday, December 8, 2025
16.1 C
Bhubaneswar

ଆସିନ୍ତାକାଲି ଠାରୁ ଆରମ୍ଭ ହେବ କ୍ରିକେଟ ବିଶ୍ବକପ୍-୨୦୧୯ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ନୂଆଦିଲ୍ଲୀ : ୧୨ତମ ଆଇସିସି କ୍ରିକେଟ୍ ବିଶ୍ବକପ୍-୨୦୧୯ର ପ୍ରଥମ ମ୍ୟାଚ ଆସନ୍ତାକାଲି(ଗୁରବାର) ଠାରୁ ଇଂଲଣ୍ଡରେ ଅନୁଷ୍ଠିତ ହେବ। ମ୍ୟାଚ୍ ପୂର୍ବରୁ ଧୁମଧାମରେ ଉଦଘାଟନୀ ସମାରୋହର ଆୟୋଜନ କରାଯିବ। ଏହି ଉଦଘାଟନୀ ସମାରୋହ ଲଣ୍ଡନର ବଙ୍କିଘମ ପ୍ୟାଲେସ ସ୍ଥିତ ଲଣ୍ଡନ ମଲରେ କରାଯିବ। ଏଥିରେ ଇଂଲଣ୍ଡର ରାଜ ପରିବାର ଉପସ୍ଥିତ ରହିବେ। ଏହି ଉଦଘାଟନୀ ସମାରୋହକୁ ଦେଖିବା ପାଇଁ ଇଂଲଣ୍ଡର ମହାରାଣୀ ମଧ୍ୟ ଉପସ୍ଥିତ ରହିବେ। ଭାରତରେ ଏହାର ପ୍ରସାରଣ ଷ୍ଟାର ସ୍ପୋଷ୍ଟ୍ସରେ ହେବ। ଏହି ଉଦଘାଟନୀ ସମାରୋହ ଭାରତୀୟ ସମୟାନୁସାରେ ଆଜି(ବୁଧବାର) ୯ଟା ୩୦ ସମୟରୁ ହେବ।

ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ମଇ ୩୦ରୁ ଜୁଲାଇ ୧୪ପର୍ଯ୍ୟନ୍ତ ଖେଳାଯିବ। କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ୍ ଘରୋଇ ଦଳ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଂଲଣ୍ଡର ଦି ଓଭାଲ କ୍ରିକେଟ୍‍ ଷ୍ଠାଡିୟମରେ ଖେଳାଯିବ। ସେହିଭଳି ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡର ରୋଜ କ୍ରିକେଟ୍‍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଚଳିତ ବିଶ୍ୱ କପ୍‍ରେ ୧୦ଟି ଦେଶ ଇଂଲଣ୍ଡ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଙ୍ଗଳାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories