ନିୟମିତ ଟୀକାକରଣକୁ ପ୍ରେତ୍ସାହିତ ପାଇଁ ସଚେତନତା ସୃଷ୍ଟି
ଭୁବନେଶ୍ବର: ଶିଶୁମାନଙ୍କ ଟୀକାକରଣ ପ୍ରକ୍ରିୟାକୁ ମଜବୁତ ଏବଂ ସଶକ୍ତ କରିବା ଦିଗରେ, ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରିଜିଓନାଲ୍ ଆଉଟ୍ରିଚ୍ ବ୍ୟୁରୋ (ଆର୍ଓବି) ଭୁବନେଶ୍ୱରର ସହେଯୋଗରେ ୟୁନିସେଫ୍ ଓଡିଶା ଦ୍ୱାରା ଏକ ଭର୍ଚୁଆଲ ମିଡିଆ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୟୂରଭଞ୍ଜ,କୋରାପୁଟ,ଗଞ୍ଜାମ ଜିଲ୍ଲାରେ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ’ (ଆଇଏମ୍ଆଇ) ଏବଂ ପିଲାମାନଙ୍କ କୋଭିଡ୍ ଟିକାକରଣ ବିଷୟରେ ସଚେତନ କରାଯାଇଛି।
ମହାମାରୀର ପରବର୍ତ୍ତୀ ସମୟରେ ଉଭୟ ମା ଏବଂ ଶିଶୁଙ୍କର ପୂର୍ଣ୍ଣ ଟକାକରଣ ହାରକୁ ବଢାଇବା ପାଇଁ ରାଜ୍ୟରେ ଆଇଏମ୍ଆଇ ଆରମ୍ଭ କରାଯାଇଥିଲା। ଏନ୍ଏଫ୍ଏଚ୍ଏସ୍-୫ର ରିପୋର୍ଟ ଅନୁଯାୟୀ ସଫଳ କୋଭିଡ ଟୀକାକରଣ ବ୍ୟତୀତ ୯୦.୫ ପ୍ରତିଶତ ପୂର୍ଣ୍ଣ ଟୀକାକରଣ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ ହୋଇପାରିଛି। ରାଜ୍ୟର ୨୦ ଜିଲ୍ଲା ପୂର୍ଣ୍ଣ ଟୀକାକରଣରେ ୯୦% ରୁ ଅଧିକ ଥିବାବେଳେ ୯୦% ରୁ କମ୍ ଟୀକାକରଣ ହାର ଥିବା ୧୦ଟି ଜିଲାଙ୍କୁ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍ ଆଉଟ୍ରିଚ୍ ବ୍ୟୁରୋ, ଭୁବନେଶ୍ୱରର ଅତିରିକ୍ତ ନିର୍ଦ୍ଦେଶକ, ଅଖିଲ୍ କୁମାର ମିଶ୍ର; ରାଜ୍ୟ ଟୀକାକରଣ ଅଧିକାରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଡ. ତାପସ କୁମାର ପାତ୍ର, ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆର୍ ଆଇ ଡ. ଶଶିଭୂଷଣ ପଣ୍ଡା, ଏଡିପିଏଚ୍ଓ, ଏଫଡବ୍ଲ୍ୟୁ, ଗଞ୍ଜାମ, ଡ. ଭି ସରୋଜିନୀ ଦେବୀ, ଆଇ/ସି ଡିଆଇଓ, ମୟୂରଭଞ୍ଜ, ଡ. ଜ୍ଞାନେନ୍ଦ୍ର କୁମାର ମହାନ୍ତି, କୋରାପୁଟର ଏଡିପିଏଚ୍, ଏଫଡବ୍ଲ୍ୟୁ, ଡ. ନୀଳମାଧବ ସତପଥୀ,(ଏଲ୍ଏମ୍-ଟୀକାକରଣ) ମୟୂରଭଞ୍ଜ, ଉମାଶଙ୍କର ମୁଖୀ, ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ, ୟୁନିସେଫ୍ ଓଡିଶା, ଡ. ଅନିଲ୍ ପଟ୍ଟନାୟକ ଆଦି ଯୋଗଦେଇଥିଲେ।
ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତବ ଏହି ପ୍ୟାନେଲ ଆରମ୍ଭ କରି ପିଲାମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧିକ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲେକପାତ କରିବା ସଙ୍ଗେସଙ୍ଗେ ପିତାମାତା ତଥା ଯତ୍ନ ପ୍ରଦାନକାରୀଙ୍କୁ ଏ ବିଷୟରେ ସଚେତନ କରିବା ଦିଗରେ ଗଣମାଧ୍ୟମର ଭୂମିକା ବିଷୟରେ କହିିଥିଲେ।
ରିଜିଓନାଲ୍ ଆଉଟ୍ରିଚ୍ ବ୍ୟୁରୋ ନିର୍ଦ୍ଦେଶକ, ଭୁବନେଶ୍ୱର, ଅଖିଲ୍ କୁମାର ମିଶ୍ର କହିଛନ୍ତି, “ ଟୀକାକରଣ ଏକ ଅନବରତ ପ୍ରକ୍ରିୟା କିନ୍ତୁ କୋଭିଡ ମହାମାରୀ ପ୍ରତିବନ୍ଧକ ଯୋଗୁଁ ଏହି ପ୍ରକିୟାରେ ବାଧା ସୃଷ୍ଟି ହୋଇଥିଲା। ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିବା ସହିତ ନିୟମିତ ଟୀକାକରଣ ପ୍ରକ୍ରିୟା ମଧ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିବା ଆବଶ୍ୟକ।”
କୋଭିଡ ମହାମାରୀ ସମୟରେ ଟୀକାକରଣକୁ ତ୍ୱରାନିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି, ରାଜ୍ୟ ଟୀକାକରଣ ଅଧିକାରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର, ଡ. ତାପସ କୁମାର ପାତ୍ର କହିଛନ୍ତି, “କୋଭିଡ ପ୍ରତିବନ୍ଧକ ସତ୍ତ୍ବେ ରାଜ୍ୟ ସରକାର ନିୟମିତ ଟୀକାକରଣକୁ ଧ୍ୟାନ ଦେଇ ଆସୁଛନ୍ତି। ଯେତେବେଳେ ସ୍ୱାସ୍ଥ୍ୟ କର୍ମୀମାନେ କରୋନା କାର୍ଯ୍ୟରେ ବ୍ୟସ୍ତ ଥିଲେ, ସେତେବେଳେ ସ୍ୱତନ୍ତ୍ର ଟୀକାକରଣକାରୀଙ୍କୁ ବାହାରୁ ଅଣାଯାଇ ନିୟମିତ ଟୀକାକରଣ କରାଯାଉଥିଲା। କଣ୍ଟେନମେଣ୍ଟ ଜୋନରେ ପିଲାମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା କରାଯାଇଥିଲା। ଏହି ସବୁକୁ ଆଧାର କରି ଓଡିଶା ପୂର୍ଣ୍ଣ ଟୀକାକରଣରେ ୯୦.୫ ପ୍ରତିଶତ ହାସଲ କରି ଦେଶରେ ଶ୍ରେଷ୍ଠ ହୋଇପାରିଛି।”
ସ୍ୱାସ୍ଥ୍ୟ ବିଶେଷଜ୍ଞ, ୟୁନିସେଫ୍ ଓଡିଶା, ଡ. ଅନିଲ୍ ପଟ୍ଟନାୟକ କହିଛନ୍ତି ଯେ ସାର୍ବଜନୀନ ଟୀକାକରଣ ପ୍ରକ୍ରିୟା ହେଉଛି ଦେଶର ସର୍ବବୃହତ ଟୀକାକରଣ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ବାର୍ଷିକ ପାଖାପାଖି ନବଜାତ ଶିଶୁଙ୍କୁ ଟୀକାକରଣ କରାଯାଇଥାଏ। ସେଥିରୁ ଗ୍ରାମାଞ୍ଚଳରେ ବାର୍ଷିକ ୨୮,୦୦୦ ଟୀକାକରଣ ଅଧିବେଶନ ହୋଇଥାଏ। ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଦ୍ୱାରା ୧୨ଟି ରୋଗ ଯଥା ଯକ୍ଷ୍ମା, ହେପାଟାଇଟିସ ବି, ପୋଲିଓ, ଡିପଥେରିଆ, ପର୍ଟୁସିସ୍, ଟିଟାନାସ, ହେମୋଫିଲସ୍, ଡାଇରିଆ, ନିମୋକୋକାଲ, ମିଳିମିଳା, ଜର୍ମାନ ମିଳିମିଳା, ଜାପାନୀ ଜ୍ୱରର ଚିକିତ୍ସା କରାଯାଇଥାଏ। ଗର୍ଭବତୀ ମହିଳା ଓ ପିଲାମାନେ ଏହି କାର୍ଯ୍ୟକ୍ରମର ହିତାଧିକାରୀ ଅଟନ୍ତି।”
କୋରାପୁଟର ସଫଳ ଟୀକାକରଣ ବିଷୟରେ କୋରାପୁଟର ଏଡିପିଏଚ୍, ଡ. ନୀଳମାଧବ ଶତପଥୀ କହିଛନ୍ତି ଯେ କୋରାପୁଟ ଗୋଟିଏ ପାହାଡିଆ ଅଞ୍ଚଳ ହୋଇଥିଲେ ମଧ୍ୟ ତଥାପି ଏଠାକାର ଲୋକମାନେ ଟୀକାକରଣ ପ୍ରକିୟାରେ ସାମିଲ ହୋଇଛନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ଟୀକାକୁ ନେଇ କୌଣସି ପ୍ରକାରର ଦ୍ୱିଧା ନାହିଁ। ବର୍ତ୍ତମାନ କୋରାପୁଟରେ କିଶୋରମାନଙ୍କ କ୍ଷେତ୍ରରେ ପ୍ରଥମ ଡୋଜ୍ରେ ଟୀକାକରଣ ହାର ୧୦୦% ଥିଲାବେଳେ, ଦ୍ୱିତୀୟ ଡୋଜ୍ର ହାର ୯୫% ରହିଛି। ସେହିପରି ୧୦-୧୨ବର୍ଷ ବୟସର ପିଲାମାନଙ୍କ ଟୀକାକରଣ ହାର କ୍ଷେତ୍ରରେ ୬୦% ଉର୍ଦ୍ଧ ରହିଛି। କୋରାପୁଟରେ ପୂର୍ଣ୍ଣ ଟୀକାକରଣ ହାର ୧୦୦% ରହିଛି।
ଗଞ୍ଜାମ ଜିଲ୍ଲାରେ ଟୀକାକରଣ ବିଷୟରେ ଆଲୋଚନା କରି ଏଡିପିଏଚ୍ଓ, ଡ. ଭି ସରୋଜିନୀ ଦେବୀ କହିଛନ୍ତି ଯେ ୩୯ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ଏବଂ ୨୨ଟି ବ୍ଲକ ସହିତ ଗଞ୍ଜାମ ହେଉଛି ଓଡିଶାର ସବୁଠାରୁ ଅଧିକ ଜନବସତି ଜିଲ୍ଲା। ନିୟମିତ ଟୀକାକରଣରେ ମାସିକ ପାଖାପାଖି ୨୦୪୭ ଓ ବାର୍ଷିକ ୨୪୦୫୬ ଅଧିବେଶନ ହୋଇଥାଏ। କୋଭିଡ ମହାମାରୀ ସମୟରେ ମଧ୍ୟ ଟୀକାକରଣ ପ୍ରକ୍ରିୟା କଣ୍ଟେନମେଣ୍ଟ ଜୋନରେ ବନ୍ଦ ହୋଇନଥିଲା। ଆମ ଜିଲା ଫେବୃଆରୀ ମାସ ସୁଦ୍ଧା ୮୯% ଟୀକାକରଣ ଲକ୍ଷ୍ୟ ହାସଲ କରିଛୁ ଏବଂ ଯାହାକି ବାର୍ଷିକ ହାର ୮୨% ଅଟେ। ଜିଲାପାଳଙ୍କ ତତ୍ତ୍ବାବଧାନରେ ବିଡିଓ,ବ୍ଲକର ଅନ୍ୟ ସଦସ୍ୟ, ସରପଞ୍ଚ ଓ ୱାର୍ଡ ସଦସ୍ୟଙ୍କ ମିଳିତ ସହାୟତାରେ ଆମେ ଏହି ସଫଳତା ପାଇଛୁ। ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ପ୍ରଥମ ଡୋଜ୍ ଟୀକାକରଣର ହାର ୯୭% ଥିବାବେଳେ, ଦ୍ୱିତୀୟ ଡୋଜ୍ର ଟୀକାକରଣ ହାର ୯୫%। ସେହିପରି ୧୫ରୁ ୧୭ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ପ୍ରଥମ ଡୋଜ୍ ଟୀକାକରଣ ହାର ୯୫% ଥିବାବେଳେ, ଦ୍ୱିତୀୟ ପର୍ଯ୍ୟୟରେ ଏହା ୭୦% ଅଟେ।
ଆଇ/ସି ଡିଆଇଓ, ମୟୂରଭଞ୍ଜ, ଡ. ଜ୍ଞାନେନ୍ଦ୍ର କୁମାର ମହାନ୍ତି କହିଛନ୍ତି ଯେ ରାଜ୍ୟର ବୃହତ୍ତମ ଜିଲା ମଧ୍ୟରୁ ଅନ୍ୟତମ ମୟୂରଭଞ୍ଜ। କୋଭିଡ ସମୟରେ କର୍ମଚାରୀଙ୍କ ଅଭାବ ଯୋଗୁଁ ନିୟମିତ ଟୀକାକରଣ ବାଧାପ୍ରାପ୍ତ ହୋଇ ୯୦%ରୁ ଟୀକାକରଣ ହାର ହାସଲ କରିଥିଲୁ। ଅବଶ୍ୟ, ଆଇଏମ୍ଆଇ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ୧୧୨% ଏବଂ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ୮୭% ହାସଲ କରି ଏହି ବ୍ୟବଧାନକୁ ପୂର୍ଣ୍ଣ କରାଯାଇଥିଲା। ସେହିଭଳି ପ୍ରାରମ୍ଭରେ ୧୮ ବର୍ଷ ବୟସରୁ ଅଧିକ ବର୍ଷଙ୍କ କୋଭିଡ ଟୀକାକରଣରେ ଆମେ ପଛରେ ଥିଲୁ। ଆମେ ଘରକୁ ଘର ଯାଇ ଏବଂ ନୂତନ କୌଶଳ ପ୍ରସ୍ତୁତ କରିଥିଲୁ ଏବଂ ବର୍ତ୍ତମାନ ଆମେ ପ୍ରଥମ ଡୋଜରେ ୯୫% ଏବଂ ଦ୍ୱିତୀୟ ଡୋଜରେ ୮୮% ସଫଳତା ହାସଲ କରିଛୁ। ୧୫-୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ, ଆମେ ପ୍ରଥମ ଡୋଜରେ ୯୨% ଏବଂ ଦ୍ୱିତୀୟ ଡୋଜରେ ୫୮% ରେ ପହଞ୍ଚିଛୁ।
ଟୀକାକରଣ ଯୋଗୁଁ ପୋଲିଓ, ମିଳିମିଳା ରୁବେଲା ଭଳି ଅନେକ ରୋଗ ଅଦୃଶ୍ୟ ହୋଇଯାଇଛି ବୋଲି ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆର୍ ଆଇ ଡ. ଶସିଭୂଷଣ ପଣ୍ଡା କହିଥିଲେ।
Comments are closed.