www.samajalive.in
Monday, December 8, 2025
27.1 C
Bhubaneswar

ଜେକେ କାଗଜକଳରେ କୋଭିଡ଼୍ ନିୟମ ଉଲ୍ଲଂଘନ ; ବାହାର ରାଜ୍ୟରୁ ଆସିଲେ ୨ ହଜାରରୁ ଅଧିକ ଶ୍ରମିକ

ଜେକେପୁର : ବାର୍ଷିକ ମରାମତି, ରକ୍ଷଣାବେକ୍ଷଣ ପାଇଁ ବାହାର ରାଜ୍ୟରୁ ଜେକେ କାଗଜକଳକୁ ଆସିଛନ୍ତି ୨ ହଜାରରୁ ଅଧିକ ଶ୍ରମିକ। କୁଶଳୀ ଶ୍ରମିକଙ୍କୁ ଜେକେ କାଗଜକଳ କର୍ତ୍ତୃପକ୍ଷ ଆଣିଥିବା ବେଳେ କୋଭିଡ଼୍ ନିୟମ ଅନୁଯାୟୀ ସେମାନଙ୍କ ସ୍ବାବ ଟେଷ୍ଟିଂ କିମ୍ବା ୭ ଦିନିଆ ଗୃହ ସଙ୍ଗରୋଧରେ ରଖାଯାଇନି। ୨ ହଜାରରୁ ଅଧିକ ଶ୍ରମିକ ଜେକେପୁରରେ ପହଞ୍ଚି ଏଣେତେଣେ ବୁଲାବୁଲି କରୁଥିବାରୁ ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
କରୋନାର ଦ୍ବିତୀୟ ଲହରୀର ଦୁଇ ମାସର ଲଢ଼େଇ ପରେ ରାୟଗଡ଼ା ଜିଲ୍ଲା ଗ୍ରିନ୍ ଜୋନକୁ ଫେରିଛି। ଧୀରେ ଧୀରେ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି। ଆଗକୁ ତୃତୀୟ ଲହର ଆସୁଥିବାରୁ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ସଚେତନ ରହିବା ପାଇଁ ନିବେଦନ କରି ଆସୁଛନ୍ତି। ଏପରି ସ୍ଥିତିରେ ଜେକେ କାଗଜକଳ କର୍ତ୍ତୃପକ୍ଷ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ ଭଳି ରାଜ୍ୟରୁ ୨ ହଜାରରୁ ଅଧିକ ଶ୍ରମିକଙ୍କୁ ଆଣିଛନ୍ତି।

- Advertisement -

ଗତ ସପ୍ତାହେ ଧରି ପର୍ଯ୍ୟାୟକ୍ରମେ ଜେକେପୁରକୁ ବାହାର ରାଜ୍ୟର ଶ୍ରମିକଙ୍କ ସୁଅ ଛୁଟିବାରେ ଲାଗିଛି। ଆସନ୍ତା ୨୩ ତାରିଖରୁ ଜେକେ କାଗଜକଳ ତାହାର ଉତ୍ପାଦନ ବନ୍ଦ ରଖି ମରାମତି ଓ ରକ୍ଷଣାବେକ୍ଷଣ କାମ ଆରମ୍ଭ କରିବ। ଯେଉଁ କାମରେ ବାହାର ରାଜ୍ୟରୁ ଆସିଥିବା କୁଶଳୀ ଶ୍ରମିକମାନେ ନିୟୋଜିତ ହେବେ। ରାଜ୍ୟ ବାହାରୁ କିମ୍ବା କରୋନା ପ୍ରଭାବିତ ଜିଲ୍ଲାରୁ ଜଣେ ବ୍ୟକ୍ତି ଆସିଲେ କୋଭିଡ଼୍ ନିୟମାନୁସାରେ ୭ ଦିନ ଗୃହ ସଙ୍ଗରୋଧରେ ରହିବା ନେଇ ପ୍ରଶାସନ ନିର୍ଦେଶନାମା ଜାରି କରିଛି। କିନ୍ତୁ ପ୍ରଶାସନର ଏହି ନିର୍ଦେଶନାମାକୁ ଜେକେ କାଗଜକଳ କର୍ତ୍ତୃପକ୍ଷ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କୁ ପ୍ରତିବର୍ଷ ଜେକେପୁର ଅଞ୍ଚଳର ଲୋକ ଘର ଭଡାରେ ଦେଉଥିଲେ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଲୋକେ ଘର ଭଡ଼ା ନ ଦେବା ଯୋଗୁ କଂପାନି ଶ୍ରମିକଙ୍କୁ ଟାଉନସିପ କମ୍ୟୁନିଟ୍ ବିଲଡିଂ, ସିଙ୍ଘାଣିଆ ସ୍କୁଲରେ ରଖିବା ବ୍ୟବସ୍ଥା କରିଛି। କମ୍ୟୁନିଟ୍ ବିଲଡିଂରେ ରହୁଥିବା କିଛି ବାହାର ରାଜ୍ୟର ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଯାହାକୁ କମ୍ପାନୀ କର୍ତ୍ତୃପକ୍ଷ ଲୁଚାଇଛନ୍ତି। ୧୫ ଦିନ ଧରି କଂପାନିର ମରାମତି, ରକ୍ଷଣାବେକ୍ଷଣ, ଅଳିଆ ଆବର୍ଜନା ସଫା କାମ ଲାଗିବ। ଶ୍ରମିକମାନେ ସଙ୍ଗରୋଧରେ ରହିବା ବଦଳରେ ବାହାରେ ବୁଲୁଥିବାରୁ ଜେକେପୁରବାସୀ ଚିନ୍ତାରେ ପଡିଛନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବାହାର ରାଜ୍ୟରୁ ଆସିଥିବା ସମସ୍ତ ଶ୍ରମିକଙ୍କ ସ୍ବାବ ଟେଷ୍ଟିଂ କରିବା ପାଇଁ ଦାବି ହୋଇଛି। ଏଥି ସହିତ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି କୋଭିଡ଼୍ ଆଇନ ଉଲ୍ଲଂଘନ କରିଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଏନେଇ ଜକେ କାଗଜକଳ କତ୍ତୃପକ୍ଷକଙ୍କ ସହ ଯୋଗାଯୋଗ କରିବାପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ଯୋଗାଯୋଗ ହୋଇପାରିନଥିଲା। ଜିଲ୍ଲା କୋଭିଡ଼ି ନୋଡାଲ ଅଫିସର ଦାୟିତ୍ୱରେ ଥିବା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ନାୟକଙ୍କ ସହ ଯୋଗାଯୋଗ କରିବାରୁ ଆମ ପାଖରେ ବାହାର ରାଜ୍ୟରୁ କମ୍ପାନୀ ଶ୍ରମିକ ଆଣିଥିବା ଖବର ନାହିଁ, ଯଦି ଆଇନରୁ ବାହାରକୁ ଯାଇ କିଛି କରିଥିବ ତାହାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories