କୋଚୀ :କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ବେଳେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା କେରଳର ଜଣେ ନର୍ସ ଏବେ ଆରୋଗ୍ୟ ଲାଭ କରିଛନ୍ତି। ତେବେ ସୁସ୍ଥ ହେବ ପରେ ସେ ସେହି ଆଇସୋଲେସନ ୱାର୍ଡକୁ ପୁନଃ ଫେରି ଅନ୍ୟ ରୋଗୀଙ୍କ ଚିକିତ୍ସା କରିବାକୁ ଇଚ୍ଛା ଜାହିର କରିଛନ୍ତି। ୩୨ ବର୍ଷ ବୟସ୍କ ରେଶମା ମୋହନଦାସ ନାମକ ଏହି ନର୍ସ ମାର୍ଚ୍ଚ ୧୨ରୁ ଦୁଇ ଜଣ ବୃଦ୍ଧ ଓ ବୃଦ୍ଧାଙ୍କ ଉପଚାର କରୁଥିଲେ। ସମ୍ପୃକ୍ତ ଦମ୍ପତି ଅସହଜ ବୋଧ କରୁଥିବାରୁ ମାସ୍କ ପିନ୍ଧୁ ନ ଥିଲେ। ଏଣୁ ସେମାନଙ୍କ ସହିତ କଥା ହେବା ବେଳେ ନର୍ସ ଜଣକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଆରୋଗ୍ୟ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ତାଙ୍କ ଘରେ କ୍ବାରେଣ୍ଟାଇନରେ ରଖାଯାଇଛି। ସମ୍ପୃକ୍ତ ଦମ୍ପତି ମଧ୍ୟ ଆରୋଗ୍ୟ ଲାଭ କରି ନିଜ ଘରକୁ ଫେରିଯାଇଛନ୍ତି। ତେବେ କରୋନା ସଂକ୍ରମଣ ବଢୁଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତର ଓ ନର୍ସ ତଥା ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଏକଜୁଟ ହେବାକୁ ସରକାର କହିଛନ୍ତି। ଏମିତିରେ କ୍ବାରେଣ୍ଟାଇନ ସମୟ ସରିବା ପରେ ପୁନଃ ଆଇସୋଲେସନ ୱାର୍ଡରେ କାମ କରିବାକୁ ରେଶମା ଇଚ୍ଛା ଜାହିର କରିଛନ୍ତି।
କରୋନା ଯୋଦ୍ଧା : କରୋନାରୁ ଆରୋଗ୍ୟ ପରେ ଆଇସୋଲେସନ ୱାର୍ଡରେ କାମ କରିବାକୁ ନର୍ସ ଇଚ୍ଛୁକ
Popular Categories



