www.samajalive.in
Saturday, December 13, 2025
14.1 C
Bhubaneswar

ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ରପ୍ତାନୀ ପାଇଁ ମୋଦୀଙ୍କୁ ଟ୍ରମ୍ପଙ୍କ ନିବେଦନ

ୱାଶିଟନ : ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନିବେଦନ କରିଛନ୍ତି। ଏଥିନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶନିବାର ପୂର୍ବାହ୍ଣରେ ଫୋନ ଯୋଗେ ଆଲୋଚନା କାରିଥିବା ଟ୍ରମ୍ପ ହ୍ବାଇଟହାଉସଠାରେ ସୂଚନା ଦେଇଛନ୍ତି। ଆମେରିକାରେ କରୋନା ସଂକ୍ରମଣ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ଉପଚାରରେ ମାଲେରିଆ ଉପଚାର ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନର ପ୍ରାରମ୍ଭିକ ସଫଳତାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ଏହା ଉପରେ ନିର୍ଭରଶୀଳ ରହିଛି। ଭାରତ ବହୁ ପରିମାଣ ହାଇଡ୍ରୋକ୍ସିକ୍ଲୋରୋକୁଇନ  ପ୍ରସ୍ତୁତ କରୁଥିବାରୁ ଆମେରିକା ପକ୍ଷରୁଆମଦାନୀ ପାଇଁ ଦିଆଯାଇଥିବା ବରାଦକୁ ମଞ୍ଜୁରୀ ପ୍ରଦାନ କରିବାକୁ ଟ୍ରମ୍ପ ମୋଦୀଙ୍କୁ ନିବେଦନ କରିଛନ୍ତି।

ମାତ୍ର ଭାରତ ମାର୍ଚ୍ଚ ମାସରେ ଔଷଧ ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲା। ତେବେ ମାନବିକତା ଦୃଷ୍ଟି କୋଣରୁ କେତେକ ବିଶେଷ ସ୍ଥିତିରେ ଔଷଧ ରପ୍ତାନୀ କରାଯାଇପାରେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଭାରତ ଏବେ ଆମେରିକାର ପ୍ରସ୍ତାବ ଉପରେ ଗୁରୁତ୍ଵର ସହ ବିଚାର କରୁଛି। ସମ୍ପ୍ରତି ଆମେରିକାରେ ୩ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ତତ୍‌ଜନିତ ମୃତ୍ୟୁ ସଂଖ୍ୟା ୮,୦୦୦ରୁ ଊର୍ଦ୍ଧ୍ଵରେ ପହଞ୍ଚିଲାଣି। ସମଗ୍ର ବିଶ୍ଵରେ ୧.୨ ନିୟୁତ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୪,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି।

- Advertisement -

ବିଶ୍ବସ୍ତରୀୟ ଚିକିତ୍ସା ବିଜ୍ଞାନୀମାନେ କରୋନା ଔଷଧ ପ୍ରସ୍ତୁତିରେ ଦିଗରେ ଗବେଷଣା ଚଳାଇଛନ୍ତି। କିନ୍ତୁ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ଗତ ଶନିବାର ମାଲେରିଆ ପାଇଁ ବ୍ୟବହୃତ ହାଇସ୍ରୋକ୍ସିକ୍ଲୋରୋକୁଇନ ସହିତ ଅନ୍ୟ କିଛି ଔଷଧ ଦ୍ବାରା କୋଭିଡ-୧୯ର ଲକ୍ଷଣଗୁଡିକର ଉପଚାର ପାର୍ଇ ମଞ୍ଜୁରୀ ଦେଇଛି। ଏବେ ସେଠାରେ ପାଖାପାଖି ୧୫୦୦ କୋଭିଡ-୧୯ ରୋଗୀଙ୍କ ଉପଚାରରେ ଏହି ଔଷଧ ବ୍ୟବହାର କରାଯାଉଛି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories