www.samajalive.in
Friday, December 12, 2025
14.1 C
Bhubaneswar

କରୋନା ସଂକ୍ରମିତଙ୍କ ଠାରେ ଦେଖାଦେଉଛି ମସ୍ତିଷ୍କାଘାତ ଓ ଫୁସ୍‌ଫୁସ୍‌ ଅକାମୀ ଲକ୍ଷଣ

ୟାଲେ ନ୍ୟୁ ହାଭେନ୍‌: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଏହି ମହାମାରୀ କବଳରୁ ମାନବ ସମାଜକୁ କିଭଳି ରକ୍ଷା କରାଯାଇପାରିବ ସେଥିପାଇଁ ନିୟମିତ ଗବେଷଣା ଜାରି ରହିଛି। ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ଦ୍ବାରା ମୃତ୍ୟୁହାର ବୃଦ୍ଧି ପାଉଛି। ଏବେ କରୋନା ଭୂତାଣୁ ସଂକ୍ରମଣର ପ୍ରଭାବ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ ଉପରେ ପଡୁଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ରୋଗୀଙ୍କ ମସ୍ତିଷ୍କାଘାତ ହେବା ସାଙ୍ଗକୁ ଫୁସ୍‌ଫୁସ୍‌ ଅକାମୀ ହୋଇ ପଡୁଛି। ଫଳରେ ସେମାନଙ୍କୁ ଚିକିତ୍ସା କରିବା ସହଜ ହେଉନାହିଁ ଏବଂ ସେମାନେ ମୃତ୍ୟୁ ମୁଖରେ ପଡୁଛନ୍ତି।ଏହା ଏବେ ମାନବ ଜାତି ପାଇଁ ନୂଆ ବିପଦ ଭାବେ ଉଭା ହୋଇଛି।
କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ସମସ୍ୟା ଦେଖାଦେଇଛି। ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ବାହାରିବା ପରେ ତାହା ସିଧାସଳଖ ମସ୍ତିଷ୍କକୁ ପ୍ରଭାବିତ କରୁଛି। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମସ୍ତିଷ୍କାଘାତ ପରେ ଫୁସ୍‌ଫୁସ୍‌କୁ ଅକାମୀ ହୋଇଯାଉଛି। ଏହାଦ୍ବାରା ବହୁ ​‌କରୋନା ରୋଗୀଙ୍କଠାରେ ନ୍ୟୁରୋଲୋଜିକା ସମସ୍ୟା ଦେଖା ଦେଉଛି। ଏଥିପାଇଁ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ସହ ସେମାନଙ୍କୁ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଉଛି। ଅପରପକ୍ଷରେ ଏଭଳି ଲକ୍ଷଣ ଥିବା ରୋଗୀଙ୍କ ନ୍ୟୁରୋଲୋଜିକାଲ୍‌ ପରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସତ କରିବା ସହଜ ଉେନାହିଁ।
ଆମେରିକା ୟାଲେ ସ୍କୁଲ ଅଫ୍ ମେଡ଼ିସିନ୍‌ ନ୍ୟୁରୋସର୍ଜରି ବିଭାଗ ପ୍ରଫେସର କେଭିନ୍‌ ଶେଠ୍‌ କହିଛନ୍ତି ଯେ କରୋନା ଭୂତାଣୁ ଗୁରୁତର ଭାବେ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରୁଛି। ଫଳରେ ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାଏ। ଏଥିପାଇଁ ରୋଗୀଙ୍କୁ ଅକ୍ସିଜେନ୍‌ ଦିଆଯାଇଥାଏ। ତେବେ ମସ୍ତିଷ୍କାଘାତ ଯୋଗୁ ରୋଗୀ କୋମା ଓ ପାରାଲିସିସ୍‌କୁ ଚାଲିଯାଏ। ଏହାର ପ୍ରଭାବରେ ଶରୀରର ବହୁ ଅଂଶ ଅକାମୀ ହୋଇଯାଏ। ଏବେ ଆମେରିକାରେ କରୋନା ପଜିଟିଭ୍‌ ଥିବା ଏଭଳି ଲକ୍ଷଣ ରୋଗୀ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି। ତେବେ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ଦ୍ବାରା ଏଥିରୁ ମୁକ୍ତି ମିଳିପାରିବ ବୋଲି ସେ କହିଛନ୍ତି। ମୋଟାପଣ, ହୃତ୍‌ରୋଗ, ଲଙ୍ଗସ୍, ଲିଭର ଓ କିଡ୍‌ନୀ ଆଦି ରୋଗୀଙ୍କ ଅଧିକ ସଂଖ୍ୟାରେ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି। ନ୍ୟୁରୋଲୋଜିକାଲ୍‌ କେୟାର୍‌ ହେଲ୍‌ଥ ସିଷ୍ଟମ୍‌ ନିର୍ଦେଶକ ଡା.ରିଚାର୍ଡ ଟେମ୍ସ କହିଛନ୍ତି ଯେ କରୋନା ପଜିଟିଭ୍‌ ରୋଗୀଙ୍କଠାରେ ଚାଲିବା ଓ କଥା କହିବା ସମସ୍ୟା ଦେଖାଦେଉଛି। ଏହାସହିତ ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିବା ଜଣାପଡୁଛି। ଏହା ମସ୍ତିଷ୍କାଘାତ ଓ ଫୁସ୍‌ଫୁସ୍‌ ଅକାମୀ କରିବାରେ ସହାୟକ ହେଉଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories