www.samajalive.in
Sunday, December 7, 2025
14.1 C
Bhubaneswar

ନ୍ୟୁଜିଲାଣ୍ଡରୁ ଶେଷ ହେଲା କରୋନା; ଶେଷତମ ରୋଗୀ ସୁସ୍ଥ ଘୋଷିତ

ୱେଲିଂଟନ୍‌: କରୋନା ମହାମାରୀକୁ ପ୍ରତିହତ କରିବାରେ ସଫଳ ହୋଇଛି ନ୍ୟୁଜିଲାଣ୍ଡ। କରୋନ ଲଢେଇରେ ବିଜୟୀ ଲାଭ କରିବା ସହିତ ଆଜି ନ୍ୟୁଜିଲାଣ୍ଡ କରୋନାମୁକ୍ତ ହେଲା ବୋଲି ଘୋଷଣା କରାଯାଇଛି।​‌
ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍‌ କହିଛନ୍ତି ଯେ ସୋମବାର ନ୍ୟୁଜିଲାଣ୍ଡରେ ଶେଷ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣକୁ ରୋକାଯାଇ ପାରିଛି। ୧୭ ଦିନ ତଳେ ଏଠାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେତେବେଳେ ୪୦ହଜାର ଲୋକଙ୍କ କରୋନା ପରୀକ୍ଷା କରାଯାଇଥିଲା। ଗତ ଫେବୃଆରୀରୁ ସୋମବାର ସୁଦ୍ଧା ଜଣେ ହେଲେ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଆଜି ମଧ୍ୟ ରାତ୍ରିରୁ ନ୍ୟୁଜିଲାଣ୍ଡ୍‌ରେ ସାରା ଦେଶର ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି। ତେବେ କରୋନା ସଂକ୍ରମଣର ପରବର୍ତ୍ତି ପର୍ଯ୍ୟାୟ ପାଇଁ ଦେଶବାସୀ ପ୍ରସ୍ତୁତ ରହିବାକୁ କ୍ୟାବିନେଟ୍‌ରେ ଏକ ସଂକଳ୍ପନାମା ପାରିତ ହୋଇଛି। ଆମେ ଏ​‌େ​‌ବ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ସଫଳ ହୋଇଛୁ। ଏହା ସମସ୍ତଙ୍କ ମିଳିତ ପ୍ରୟାସ ଯୋଗୁ ସମ୍ଭବ ହୋଇଛି। ଭବିଷ୍ୟତରେ ପୁଣି ଥରେ କରୋନା ମାମଲା ଦେଶରେ ଆମେ ଦେଖିବାକୁ ପାଇବା, ଏହାର ଅର୍ଥ ନୁହେଁ ଯେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାରେ ଆମେ ବିଫଳ ହୋଇଛୁ ବୋଲି ଧରାଯାଇପାରିବ। ତେବେ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କଠାରେ ଏହା ପୁନଃ ଦେଖାଯିବାର ସମ୍ଭାବନା ରହିଛି, ଯାହା ନିରାଟ ସତ୍ୟକଥା। ଯଦି ଏଭଳି କିଛି ନୂଆ ମାମଲା ଦେଖାଦିଏ, ତାହେଲେ ଆମେ ତାହାକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ତେବେ ଦେଶରେ ସୀମାରେ କଡ଼ାକଡ଼ି ଯାଞ୍ଚ ସାଙ୍ଗକୁ ଲୋକଙ୍କ ପାଇଁ ଆଇସୋଲେସନ୍‌ ଏବଂ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ଚାଲୁ ଜାରି ରଖିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ନ୍ୟୁଜିଲାଣ୍ଡ୍‌ରେ କଡ଼ାକଡ଼ି ଭାବେ ଲକ୍‌ଡାଉନ୍‌ ପାଳନ କରାଯାଇଥିବାରୁ କରୋନା ସଂକ୍ରମଣକୁ ରୋକାଯାଇପାରିଛି। ତେବେ ଦେଶରେ ୧,୫୦୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ମୋନଙ୍କ ମଧ୍ୟରୁ ୨୨ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୫ ମିଲିୟନ୍‌ ଲୋକଙ୍କ ନିରନ୍ତର ପ୍ରୟାସ ଯୋଗୁ ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories