www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଯୋଦ୍ଧା ଭାବେ ଶିକ୍ଷକ ଖଲି ଜାନିଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବ

ଗୋପାଳପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ
ସ୍ବାଧୀନତା ଦିବସରେ କରୋନା ଯୋଦ୍ଧା ଭାବେ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଶିକ୍ଷକଙ୍କୁ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଛତ୍ରପୁର ଠାରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି। ସମ୍ମାନିତ ହେବାକୁ ଥିବା ୪ ଶିକ୍ଷକଙ୍କ ମଧ୍ୟରେ ରଙ୍ଗେଈଲୁଣ୍ଡା ବ୍ଲକ ପଦ୍ମପୁର ହାଇସ୍କୁଲର ଶିକ୍ଷକ ଖଲି ଜାନି ଅନ୍ୟତମ। କରୋନା ମହାମାରୀ ଆରମ୍ଭ ହେବାଠାରୁ ଗତ ୩ ମାସ ହେଲା ଶ୍ରୀ ଜାନି ପଦ୍ମପୁର ଟିଏମସି ଏବଂ କୋଭିଡ କେୟାରରେ ନିୟୋଜିତ ହୋଇ କାର୍ୟ୍ୟ କରୁଥୁବା ବେଳେ ଗତ ଜୁଲାଇ ମାସ ୨୦ତାରିଖରେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଏପରିକି ଡାକ୍ତରଙ୍କ ପାଖରେ ନିଜର ଚିକିତ୍ସା ମଧ୍ୟ କରାଇଥିଲେ, କିନ୍ତୁ ଜ୍ୱର କମି ନ ଥିଲା ଶେଷରେ ଜୁଲାଇ ୨୮ ତାରିଖରେ ନିଜର ସ୍ୱାବ ନମୂନା ପରୀକ୍ଷା କରାଇଥିଲେ। ଗତ ୩୦ ତାରିଖରେ ତାଙ୍କର ସ୍ବାବ ରିପୋର୍ଟ ନେଗେଟିଭ ଥିବା ଖବର ପାଇବା ପରେ ସେ ଆଶ୍ବସ୍ତି ହୋଇଥିଲେ। କିନ୍ତୁ ୩୧ ତାରିଖରେ ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫୋନ କରାଯାଇ ତାଙ୍କର ରିପୋର୍ଟ ପଜିଟିଭ ଥିବା କୁହାଯାଇ ଥିଲା ଏବଂ ତାଙ୍କୁ ହସ୍ପିଟାଲ ଯିବାକୁ ପଡିବ ବୋଲି ସୂଚନା ଦିଆଯାଇଥିଲା। କିଛି ସମୟ ପରେ କୋଭିଡ ଆମ୍ବୁଲାନ୍ସ ଯୋଗେ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲେ ମଧ୍ୟ ଡାକ୍ତରଙ୍କ ଉଦ୍ୟମରେ ସେ ଧୀରେଧୀରେ ସୁସ୍ଥ ହୋଇ ବୁଧବାର ଦିନ ସମ୍ପୂର୍ଣ୍ଣ ସୁସ୍ଥ ହେବାସହ ମେଡିକାଲରୁ ଡିସଚାର୍ଜ ହୋଇ କରୋନାକୁ ହରାଇ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଭଗବାନଙ୍କ ଆଶୀର୍ବାଦ, ଡାକ୍ତରଙ୍କ ଉଦ୍ୟମ ଓ ଲୋକଙ୍କ ଭଲପାଇବା ଯୋଗୁଁ ସେ ଆଜି ସୁସ୍ଥ ହେବା ସହ ନୂଆ ଜୀବନ ପାଇଛନ୍ତି। କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିବା ଯୋଗୁଁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୫ ତାରିଖରେ ସମ୍ମାନିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ପ୍ରକାଶ କରିଛନ୍ତି। ଏଥି ସହ ଛତ୍ରପୁର ବ୍ଲକ ଅନ୍ତର୍ଗତ ନାଉଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନୋଡାଲ ହାଇସ୍କୁଲ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ମିଶୂ ଏବଂ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନ଼ନ୍ତରାମ ଦାସ ପ୍ରମୁଖ ମଧ୍ୟ ସମ୍ମାନିତ ହେବେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories