www.samajalive.in
Wednesday, December 10, 2025
17.1 C
Bhubaneswar

ବେଉସା ବୁଡାଇଲା କରୋନା – ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ଲକ୍ଷ୍ମୀପୁର: ବେଉସା ବୁଡାଇଲା କରୋନା। ପ୍ରାୟ ୨୦ ଦିନ ହେଲା କରୋନା ମହାମାରୀ ପାଇଁ ଜନତା କର୍ଫ୍ୟୁ ଠାରୁ ଆରମ୍ଭ କରି ଲକ ଡାଉନ୍ ଜାରି ରହିଛି ସାରା ଦେଶରେ। ଏଥିପାଇଁ କେବଳ ତେଜରାତି ଦୋକାନ, ଔଷଧ ଦୋକାନ ଏବଂ ପନିପରିବା ଦୋକାନ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁର ମିଳିଛି। ତେବେ ଅନ୍ୟ ଛୋଟ ବ୍ୟବସାୟୀ ମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରତି ଦିନ ଦୋକାନ ଖୋଲି ଯାହା ଦି ପଇସା ପାଉଥିବା ଲୋକମାନେ ଏବେ ଏକପ୍ରକାର ଚିନ୍ତାରେ କାଳାତିପାତ କରୁଛନ୍ତି। ତେଲ ଲୁଣ ସଂସାର ଚଳିବ କେମିତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏଭଳି ଅନେକ ଛୋଟ ବ୍ୟବସାୟୀ ମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।

ଏହିଭଳି ଜଣେ ବ୍ଯବସାୟୀ ହେଉଛି ପ୍ରଫୁଲ ପାତ୍ର। ସେ ଥାନା ନିକଟରେ ଏକ ଉଠା ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ୨୦ ଦିନ ହେଲା ଦୋକାନ ବନ୍ଦ ଥିବା କାରଣରୁ ପରିବାର ପୋଷଣ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି। ଅବଶ୍ୟ ଟଙ୍କିକିଆ ଚାଉଳ ମିଳିବା ସହିତ ହଜାର ଟଙ୍କା ମିଳିଛି। ତେବେ ତାଙ୍କର କହିବା କଥା ହେଲା ଆମେ ୩ ପ୍ରାଣୀ। ଦୋକାନରେ ଯାହା ରୋଜଗାର ହୁଏ ଆମେ ସେଥିରେ ଚଳୁ। ତିନି ସପ୍ତାହ ହେବ ଦୋକନ ବନ୍ଦ ଥିବାରୁ ଯେଉଁ ଦୋକାନୀଙ୍କ ଠାରୁ ସଉଦା ପତ୍ର ଆଣିଥିଲୁ ତାଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ହଜାରେ ଟଙ୍କା ଦେଇଦେଲି। ବର୍ତ୍ତମାନ କେମିତି ଚଳିବୁ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି ଛୋଟ ବ୍ୟବସାୟୀ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories