www.samajalive.in
Wednesday, December 10, 2025
15.1 C
Bhubaneswar

୭୬ ଦିନ ପରେ ବୁଧବାର ଖୋଲିବ ଚୀନର ଉହାନ ସହର

ବେଜିଂ: କରୋନାର ମୂଳ ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ୍ ସହର ୭୬ଦିନ ଲକ୍ ଡ଼ାଉନ ପରେ ଆସନ୍ତା କାଲି ଅର୍ଥାତ ବୁଧବାରକୁ ଖୋଲିବ । କରୋନା ଏହି ସହରରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିବା ପରେ ଜାନୁଆରୀ ୨୩ ତାରିଖରେ ଏହି ସହରକୁ ଚୀନ ସରକାର ଲକ୍ଡ଼ାଉନ୍ କରିଥିଲେ । କରୋନାରେ ଏହି ସହରରେ ଚୀନର ସବୁଠାରୁ ବେଶୀ ମୃତ୍ୟୁ ହୋଇଥିଲା । ଆସନ୍ତାକାଲି ଲକ୍ଡ଼ାଉନ୍ ଖୋଲିବା ପରେ ସହରରେ ପରିବହନ ବ୍ୟବସ୍ଥାକୁ ଉନ୍ମୁକ୍ତ କରି ଦିଆଯିବ ବୋଲି ସୂଚନା ମିଳିଛି । ଉଭୟ ବାୟୁପଥ, ରେଳପଥ ଓ ସଡ଼କ ପଥରେ ଲୋକମାନଙ୍କୁ ଯାତାୟତ ପାଇଁ ଅନୁମତି ଦିଆଯିବ । ୧.୧ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ଦେଶର ମୋଟ ମୃତକ ୩୩୩୧ ମଧ୍ୟରୁ ୨୫୦୦ ମୃତ୍ୟୁ ଘଟିଥିଲା । ସେହିପରି ଚୀନର ମୋଟ ସଂକ୍ରମିତ ୮୨ହଜାର ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୫୦ ହଜାର ଏହିଠାରେ ସଂକ୍ରମିତ ହୋଇଥିଲେ । ଗତ ଡ଼ିସେମ୍ବର ମାସରେ ଉହାନରେ ପ୍ରଥମ ମୃତ୍ୟୁ ଘଟିଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories