www.samajalive.in
Sunday, December 7, 2025
14.1 C
Bhubaneswar

କଣ୍ଟା ସାଜିଛି କରୋନା, ଉଜୁଡୁଛି ଜୀବନ ଜୀବିକା

ସାରନଗରୀ/ରାଉରକେଲା: ଧିରେ ଧିରେ ସର୍ବଗିଳା ହୋଇ ପଡ଼ିଲାଣି କରୋନା ମହାମାରୀ। ରାଜ୍ୟରେ ପ୍ରତିଦିନ କରୋନା ସଂଖ୍ୟା ବଢିବାରେ ଲାଗିଛି। ଏହା ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତଙ୍କ ଚିନ୍ତା ବଢାଇଛି। ବିଶେଷ କରି ଦକ୍ଷିଣ ରାଉରକେଲାର ସହର ନିକଟବର୍ତୀ ତଥା ତଳି ଅଞ୍ଚଳରେ ଥିବା ବସ୍ତିରେ ବସବାସ କରୁଥିବା ଗରିବ ଶ୍ରେଣୀୟ ଶ୍ରମିକ, ଖଟିଖିଆ ମାନଙ୍କ ମୁଣ୍ଡବିନ୍ଧାର କାରଣ ସାଜି କରୋନା। ପର୍ୟ୍ୟାୟକ୍ରମେ ସଟଡାଉନ ଓ ଲକଡାଉନର ଭଉଁରୀ ଖେଳରେ ବନ୍ଧା ପଡ଼ିଛନ୍ତି ବସ୍ତି ବାସିନ୍ଦା। କାମଧନ୍ଦା ହରାଇ ହାତବାନ୍ଧି ବସିଛନ୍ତି। ସମସ୍ୟା ଏପରି ହୋଇଛି ଯେ, ଓଳିଏ ଖାଇ, ଉପରଓଳି ଉପାସ ରହିବା ସ୍ଥିତି ନିକଟତର ହେଲାଣି।
ଦକ୍ଷିଣ ରାଉରକେଲାରେ ରହିଛି ପ୍ରାୟ ୪୦ରୁ ଉର୍ଦ୍ଧ ବସ୍ତି। ବସ୍ତିରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ଜୀବନ କରୋନା କାଳରେ ଏକ ପ୍ରକାର ଦୁର୍ବିସହ ହୋଇ ପଡ଼ିଛି। ଗୋଟିଏ ପଟେ ଜୀବନ ବଂଚାଇବାକୁ ଯାଇ ଜୀବିକାର ବଳି ପଡ଼ିଛି, ନିଜ ତଥା ପରିବାରର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବସ୍ତି ବାସୀ ଚିନ୍ତିତ ଓ ବ୍ୟଗ୍ର ହୋଇ ପଡ଼ିଛନ୍ତି। ଦକ୍ଷିଣ ରାଉରକେଲାରେ କୋରନା ପଜେଟିଭ ଦିନକୁ ଦିନ ବଢୁଥିବା ବେଳେ, ଅତି ଆତଙ୍କିତ ଭାବେ ବସ୍ତିବାସୀ କାଳ କାଟୁଛନ୍ତି ବୋଲି ଅଂଚଳର ଜଣେ ସ୍ୱେଚ୍ଛାସେବୀ ପ୍ରକାଶ କରିଛନ୍ତି। ମାର୍ଚ୍ଚ ମାସରୁ ଜୁଲାଇ ଅର୍ଥାତ ଏହି ୪ ମାସରେ ବସ୍ତି ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ଏକପ୍ରକାର ଦୋହଲି ଯାଇଛି କହିଲେ ବୋଧେ ଭୁଲ ହେବ ନାହିଁ। ବସ୍ତି ଗୁଡ଼ିକରେ କରୋନାର ସଂକ୍ରମଣ ଅଧିକ ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ବସ୍ତି ଗୁଡ଼ିକ ଉପରେ ଫୋକସ କରାଯାଇ ତୀକ୍ଷଣ ଦୃଷ୍ଟି ଦିଆଯାଇଛି। ଅପରପକ୍ଷରେ ବିଭିନ୍ନ ନିର୍ମାଣ କାର୍ୟ୍ୟ ଲକଡାଉନ ସମୟରେ ବନ୍ଦଥିବାରୁ ଖଟିଖିଆ ଦିନ ମଜୁରିଆ ଜଣଙ୍କୁ ନିରାଶ ହେବାକୁ ପଡ଼ିଛି। ସେହିପରି ଠେଲା ବେପାର ଯେପରି ଗୁପଚୁପ, ଝାଲ ମୁଢି, କଂଚା ଚଣା ଆଦି ବେପାର କରୁଥିବା ବ୍ୟକ୍ତି ମାନଙ୍କ ବ୍ୟବସାୟ ଆଶାଜନକ ନହେବା କାରଣରୁ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବସ୍ତି ଅଂଚଳର ଲୋକ ମାନଙ୍କ ପକ୍ଷେ ପୁଷ୍ଟିକର ଖାଦ୍ୟ ଆହରଣ କରିବା ସମ୍ଭବ ହୋଇ ପାରୁନାହିଁ, ଫଳସ୍ୱରୂପ ବସ୍ତିର ଛୋଟ ପିଲା, ବୟସ୍କ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇ କରୋନା ସଂକ୍ରମିତ ହେବା ଆଶଙ୍କା ଦେଖାଦେଇଛି! ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି, ମାତ୍ର ଅଧିକାଂଶ ବସ୍ତିରେ ସଚେତନତାର ଅଭାବ ଏବଂ ମାସ୍କ କ୍ରୟ କରି ପିନ୍ଧିବା ସମ୍ଭବ ହୋଇ ପାରୁନାହିଁ, ଯାହା ଫଳରେ ବସ୍ତିବାସୀ ମୁହଁରେ ରୁମାଲ, ଗାମୁଛା ଓ ମହିଳା ମାନେ ଶାଢୀର କାନି ଢାଙ୍କିବାକୁ ପ୍ରତିଦିନ ନଜରକୁ ଆସୁଛି । ବସ୍ତିର ଅନେକ ମହିଳା ଓ ଯୁବତୀ(ରେଜା) ଥଣ୍ଡା, ଜ୍ୱର ଭୟରେ କାମକୁ ଯାଇ ପାରୁନଥିବା ପ୍ରକାଶ କରିଛନ୍ତି । ଏପରିକି ସାଧାରଣ କାଶ ଓ ଥଣ୍ଡାରେ ଆକ୍ରାନ୍ତ ହେଉଥିବା ବସ୍ତି ବାସିନ୍ଦା ସାମାଜିକ ହୀନମନ୍ୟତାର ଶୀକାର ହେଉଛନ୍ତି । କରୋନା କାଳରେ ଏହି ଗରିବ ବସ୍ତିବାସିନ୍ଦାଙ୍କ ପରିବାର ପାଇଁ ଡାକ୍ତରୀ ଚିକିଓôା ଦୂରୁହ ବେପାର ହୋଇ ପଡ଼ିଛି । ବର୍ତମାନ ପ୍ରଶାସନ ପକ୍ଷରୁ ରାଉରକେଲା ସରକାରୀ ହସ୍ପିଟାଲରେ ଟେଲି ମେଡ଼ିସିନ ସେବା ଉପଲବ୍ଧ ହେଉଛି, ମାତ୍ର ଉପଯୁକ୍ତ ସଚେତନତା ଅଭାବରୁ ବସ୍ତିବାସୀ ଏହାର ସୁଫଳ ପାଇ ପାରୁ ନଥିବା ଜଣାପଡ଼ିଛି । ଅପରପକ୍ଷେ ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ର ସକାଳ ୮ଟାରୁ ମଧ୍ୟାହ୍ନ ଯାଏ ଖୋଲା ରହୁଛି, ଏହାପରେ ଚିକିତ୍ସା ଆବଶ୍ୟକ ପଡ଼ିଲେ ସେହି ସମୟରେ ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏକ ବିରାଟ ପ୍ରଶ୍ନ ଉଙ୍କି ମାରୁଛି! ବସ୍ତି ଅଂଚଳରେ ବାସ କରୁଥିବା ଅନେକ ଶ୍ରମିକଙ୍କ ଇଏସଆଇ କାର୍ଡ ନଥିବା କାରଣରୁ ସେମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବା ପ୍ରକାଶ କରିଛନ୍ତି । ବସ୍ତିବାସିନ୍ଦାଙ୍କୁ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ଡାଲି ମାଗଣାରେ ବଣ୍ଟନ କରାଯାଉଛି, ମାତ୍ର ଏହି କରୋନା କାଳ ବସ୍ତିବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରି ପକାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories