www.samajalive.in
Saturday, December 6, 2025
17.1 C
Bhubaneswar

ଏହା ଉପାୟରେ ରକ୍ତରେ ଶର୍କରା ପରିମାଣ ହ୍ରାସ ହୋଇଥାଏ

ମିଠା ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗେ। କିନ୍ତୁ ମିଠା ଖାଇବା ଦ୍ବାରା ଶରୀରର ଅନେକ କ୍ଷତି ହୋଇଥାଏ। ମଧୁମେହ ରୋଗୀମାନେ ମିଠା ଖାଇବା ଅନୁଚିତ। କିନ୍ତୁ ମିଠା ଖାଇବା ଅଭ୍ୟାସ ଶୀଘ୍ର ଯାଇ ନଥାଏ। ବ୍ୟକ୍ତି ମିଠା ଖାଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରା ବଢି ଯାଇଥାଏ। ମଧୁମେହ ରୋଗୀ ଓ ସାଧାରଣ ଲୋକେ କିଭଳି ମିଠା ଦ୍ରବ୍ୟ ଖାଇଲେ ରକ୍ତରେ ଶର୍କରାର ମାତ୍ରା କମିଥାଏ ସେ ବିଷୟରେ ଜାଣନ୍ତୁ …
ଶର୍କରା ମାତ୍ରା କମାଇବାର ଉପାୟ  ..
ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରି ମିଠା ପ୍ରସ୍ତୁତ :
ମିଠା ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଶୀଘ୍ର ଏହି ଅଭ୍ୟାସରୁ ନିବୃତ୍ତ ହୋଇ ପାରନ୍ତି ନାହିଁ। ତେଣୁ ଘ‌ରେ ମିଠା ପ୍ରସ୍ତୁତ କରି ଖାଇବା ଉଚିତ। ମିଠା ପ୍ରସ୍ତୁତ କରିବା ବେଳେ ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରନ୍ତୁ। ଗୁଡରେ ପ୍ରସ୍ତୁତ ମିଠା ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ କମ ହୋଇଥାଏ।
ଲିକ୍ବିଡ ଶର୍କରା ଜାତୀୟ ଦ୍ରବ୍ୟର ବ୍ୟବହାର :
ଜୁସ, ମୃଦୁ ପାନୀୟ, ମିକ୍ସ ଡ୍ରିଂକ୍ସ ଇତ୍ୟାଦିର ସେବନ କରନ୍ତୁ ନାହିଁ। ଏହା ବଦଳରେ ପ୍ରାକୃତିକ ମିଠା ଜାତୀୟ ଲସି, କ୍ଷୀରରେ ପ୍ରସ୍ତୁତ ପାନୀୟ ବ୍ୟବହାର କରନ୍ତୁ।
ଡାର୍କ ଚକୋଲେଟ ଖାଆନ୍ତୁ :
ଚକୋଲେଟ ଖାଇବା ସମସ୍ତଙ୍କୁ ପସନ୍ଦ। କିନ୍ତୁ ଏହା ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବଢିଯାଏ। ତେଣୁ ଚକୋଲେଟ ନ ଖାଇ ତାହା ବଦଳରେ ଡାର୍କ ଚକୋଲେଟ ଖାଆନ୍ତୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories