www.samajalive.in
Monday, December 15, 2025
24.1 C
Bhubaneswar

ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ବେଙ୍ଗାଲୁରୁ: ବେଟିଂ ରାକେଟରେ ସଂପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଶନିବାର କର୍ଣ୍ଣାଟକର କଂଗ୍ରେସ ବିଧାୟକ କେ.ସି.ବୀରେନ୍ଦ୍ରଙ୍କୁ ସିକ୍କିମରୁ ଗିରଫ କରାଯାଇଛି। ବୀରେନ୍ଦ୍ର ଏକାଧିକ ବେଟିଂ ୱେବସାଇଟ୍‌ ପରିଚାଳନା କରୁଥିବାବେଳେ ତାଙ୍କ ଭାଇ ଥିପେସ୍ବାମୀ ମଧ୍ୟ ଗେମିଂ ଓ କଲ ସେଣ୍ଟର ବ୍ୟବସାୟରେ ଲିପ୍ତ ଥିବା ଜଣାପଡିଛି। ବୀରେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଇଡି ପକ୍ଷରୁ ବିଗତ ଦୁଇଦିନ ମଧ୍ୟରେ ସିକ୍କିମ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୋଆର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଗୋଆର ପାଞ୍ଚଟି କ୍ୟାସିନୋ ଯଥା ପପିଜ୍‌ କ୍ୟାସିନୋ ଗୋଲ୍ଡ, ଓସିଏନ ରିଭର୍ସ କ୍ୟାସିନୋ, ପପିଜ୍‌ କ୍ୟାସିନୋ ପ୍ରାଇଡ, ଓସିଏନ ୭ କ୍ୟାସିନୋ ଏବଂ ବିଗ୍‌ ଡାଡି କ୍ୟାସିନୋକୁ ଟାର୍ଗେଟ କରାଯାଇ ଚଢଉ କରାଯାଇଥିଲା। ବୀରେନ୍ଦ୍ରଙ୍କ ନିକଟରୁ ୧୨ କୋଟି ଟଙ୍କାର ନଗଦ ଟଙ୍କା, ୬ କୋଟିର ସ୍ବଣ୍ଣାଳଙ୍କାର, ୧୦ କିଲୋ ରୁପା ଅଳଙ୍କାର ଏବଂ ୧ କୋଟି ଟଙ୍କାର ବିଦେଶୀ ମୁୁଦ୍ରା ଜବତ କରାଯାଇଛି। ଭିଆଇପି ନମ୍ବର ଥିବା ତିନିଟି ଦାମୀ କାର୍‌ ଏବଂ ଏକାଧିକ ବହୁରାଷ୍ଟ୍ରୀୟ କ୍ୟାସିନୋ ସଦସ୍ୟତା କାର୍ଡ ମଧ୍ୟ ଜବତ କରାଯାଇଛି। ଇଡି ପକ୍ଷରୁ ବୀରେନ୍ଦ୍ରଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ଲକରକୁ ସିଲ୍‌ କରାଯାଇଛି। ବୀରେନ୍ଦ୍ରଙ୍କୁ ଶନିବାର ବେଙ୍ଗାଲୁରୁ ଅଦାଲତରେ ହାଜର କରାଯାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories