www.samajalive.in
Monday, December 15, 2025
26.1 C
Bhubaneswar

ହୀରାକୁଦର ୮ ଫାଟକ ଦେଇ ବନ୍ୟାଜଳ ନିଷ୍କାସନ

ହୀରାକୁଦ: ଉପରମୁଣ୍ଡରେ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି। ତେଣୁ ଆଜି ଦୁଇଟି ପର୍ଯ୍ୟାୟରେ ୮ଟି ଫାଟକ ଖୋଲାଯାଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଗତକାଲି ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୧୮.୮୫ ଫୁଟ ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୧.୩୩ ଫୁଟକୁ ପହଞ୍ଚିଥିଲା। ଲଘୁଚାପ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରିପ୍ରେକ୍ଷୀରେ ଅତିରିକ୍ତ ଫାଟକ ଖୋଲାଯାଇପାରେ ବୋଲି ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ଶନିବାର ସକାଳ ୮ଟାରୁ ସତର୍କ ଘଣ୍ଟି ବାଜିଲା ପରେ ପୂର୍ବାହ୍ନ ୧୦ ଟାରେ ୪ଟି ଫାଟକ ଏବଂ ଅପରାହ୍ନ ୪ଟା ୩୦ରେ ପୁଣି ଅତିରିକ୍ତ ୪ଟି ଫାଟକ ଖୋଲାଯାଇଥିଲା। ବନ୍ଧ ବାମପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୩ଟି ଏହିପରି ମୋଟ ୮ଟି ଫାଟକ ଦେଇ ସେକେଣ୍ଡ ପିଛା ୧,୨୬,୧୫୨ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏହାସହ ପାୱାର ଚେନାଲରେ ସେକେଣ୍ଡ ପିଛା ୩୨,୧୧୧ ଘନଫୁଟ, ଶିଳ୍ପାଞ୍ଚଳ ବ୍ୟବହାର ପାଇଁ ୨୧୪ ଘନଫୁଟ, ବିଭିନ୍ନ କେନାଲରେ ୩,୦୩୯ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଜଳଭଣ୍ଡାରକୁ ​‌େ​‌ସକେଣ୍ଡ ପିଛା ୨, ୨୭,୭୯୬ ଘନଫୁଟ ଜଳ ପ୍ରବେଶ କରୁଥିବା ଏବଂ ୧,୬୧,୫୧୬ ଘନଫୁଟ ଜଳ ନିଷ୍କାସିତ ହେଉଥିବାରୁ ଅଧିକ ଫାଟକ ଖୋଲା ଯାଇପାରେ ବୋଲି ଅନୁମାନ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପରମୁଣ୍ଡରେ ୨୧.୬୩ ମିମି ଏବଂ ତଳମୁଣ୍ଡରେ ୨୭.୬୮ମିିମି ବର୍ଷା ରେକର୍ଡ଼ କରାଯାଇଛି। ଶନିବାର ରାତି ୯ଟା ସୁଦ୍ଧା କଟକ ମୁଣ୍ଡଳିଠାରେ ସେକେଣ୍ଡ ପିଛା ୧,୧୮,୭୬୭ ଘନଫୁଟ ଜଳ ପ୍ରବାହିତ ହେଉଥିଲା।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories