www.samajalive.in
Sunday, December 7, 2025
26.1 C
Bhubaneswar

ତିର୍ତ୍ତୋଲର  କଂଗ୍ରେସ ନେତା ଦେବୀ ପ୍ରସାଦ ମଲ୍ଲିକଙ୍କ କରୋନରେ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଏକମାତ୍ର ପୁତ୍ର ତଥା କଂଗ୍ରେସ ନେତା ଦେବୀ ପ୍ରସାଦ ମଲ୍ଲିକ ଆଜି  ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ୫୭ବର୍ଷ ବୟସରେ କରୋନାରେ ପରଲୋକ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ଲୋକ ସମ୍ପର୍କ ନିର୍ଦେଶକ ଥିବା ସ୍ୱର୍ଗତ ମଲ୍ଲିକ ୨୦୧୮ ମସିହାରେ କାର୍ଯ୍ୟରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଏହାପରେ ସେ ୨୦୧୯ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଅତ୍ୟନ୍ତ ଭଦ୍ର, ନମ୍ର ଓ ବନ୍ଧୁବତ୍ସଳ ଭାବରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସେ ଆଦୃତ ହୋଇପାରିଥିଲେ। ସ୍ୱର୍ଗତ ମଲ୍ଲିକଙ୍କର ଦୁଇପୁତ୍ର, ସ୍ତ୍ରୀ ଓ ମାଆ ଅଛନ୍ତି। ଏଭଳି ଶୋକାକୁଳ ପରିସ୍ଥିତିରେ ସେମାନେ ଭାଙ୍ଗି ପଡ଼ିଛନ୍ତି। ସମସ୍ତ ପରିବାର କୋଭିଡ଼ ଦ୍ୱାରା ଆକ୍ରାନ୍ତ ଏବଂ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

 

- Advertisement -

ସ୍ୱର୍ଗତ ମଲ୍ଲିକଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ଡ. ଅଚ୍ୟୁତ ସାମନ୍ତ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଲକ୍ଷ୍ମଣ ମଲ୍ଲିକ ସ୍ମାରକୀ ଟ୍ରଷ୍ଟର ସଭାପତି ତଥା କଂଗ୍ରେସ ନେତା ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସ୍ୱର୍ଗତ ମଲ୍ଲିକଙ୍କ ଭଉଣୀ ପ୍ରତିମା ମଲ୍ଲିକ, ଭିଣୋଇ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଯୁବ କଂଗ୍ରେସ ନେତା ପ୍ରିୟବ୍ରତ ମିଶ୍ର, କଂଗ୍ରେସ ନେତା ନଟବର ବାରିକ, ବିଷ୍ଣୁ ଚରଣ ମହାନ୍ତି, ବିଜେଡ଼ି ନେତା ବିଧାନ ଚନ୍ଦ୍ର ଜେନା, ଡଃ ବିଭୂତି ଭୂଷଣ ଜେନା, ଦିବ୍ୟଜୀବନ ସଂଘର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ଶିକ୍ଷାବିତ୍ ଡ. ବଦ୍ରୀନାଥ ପଟ୍ଟନାୟକ, ବୁଦ୍ଧ ମନ୍ଦିର ସମ୍ପାଦକ  ସୌରେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲା ଜଜ ରତିକାନ୍ତ ମହାପାତ୍ର, ପ୍ରଫେସର ବୁଦ୍ଧଦେବ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ଶାନ୍ତି କାମନା କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories