କଂଗ୍ରେସ ଭବନରେ କର୍ଣ୍ଣାଟକ ବିଜୟ ଉତ୍ସବ
ଭୁବନେଶ୍ୱର : କର୍ଣ୍ଣାଟକ ବିଧାନସଭା ନିର୍ବାନରେ କଂଗ୍ରେସର ବିପୁଳ ଓ ବୃହତ୍ତ ବିଜୟକୁ ଆନନ୍ଦ ଓ ଉଲ୍ଲାସ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଶନିବାର ଦିନ ତମାମ କଂଗ୍ରେସର କର୍ମୀ ଓ ନେତୃବର୍ଗ ପରସ୍ପରକୁ ମିଷ୍ଟାନ୍ନ ଦେବା ସହ ବାଜା ବଜାଇ, ବାଣ ଫୁଟାଇ ଏହି ବିଜୟ ଉତ୍ସବ ପାଳନ ଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, କର୍ଣ୍ଣାଟକର ବିପୁଳ ବିଜୟ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ କାର୍ଯ୍ୟକ୍ରମର ପ୍ରତିଫଳନ । ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ପ୍ରୀୟଙ୍କା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର କର୍ଣ୍ଣାଟକର ସାଧାରଣ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂହକାରଙ୍କୁ ସାଧାରଣ ଜନତା ବୁଝିପାରିଥିଲେ। କର୍ଣ୍ଣାଟକରେ ୪୦ ପ୍ରତିଶତ କମିସନୀ ସରକାର, ଡବଲ ଇଞ୍ଜିନ୍ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦକୁ କର୍ଣ୍ଣାଟକବାସୀ ପ୍ରତ୍ୟାଖାନ କରିଛନ୍ତି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । ରାଜ୍ୟରେ ଦୁର୍ନୀତି, କୁଶାସନ, ବେରୋଜଗାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏହି ନିର୍ବାଚନରେ ପ୍ରସଙ୍ଗ ରହିଥିଲା। ଏହି ବିଜୟ ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କର୍ଣ୍ଣାଟକର ପ୍ରଦେଶ ସଭାପତି ଏବଂ କର୍ଣ୍ଣାଟକର ଅଗଣିତ କର୍ମୀ ଓ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜିର କର୍ଣ୍ଣାଟକର ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ
ବିଧାୟକ ସୁରେଶ କୁମାର ରାଉତରାୟ, ସୁରେଶ ମହାପାତ୍ର, କିଶୋର ଜେନା, ବନ୍ଦୀତା ପରିଡ଼ା, ମାନସ ଚୌଧୁରୀ ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ର, ଯୁବ ମହିଳା ଓ କଂଗ୍ରେସ ଶୁଭେଚ୍ଛୁ ଯୋଗ ଦେଇଥିଲେ ।
Comments are closed.