www.samajalive.in
Sunday, December 7, 2025
26.1 C
Bhubaneswar

ଖରିଫ୍ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଓଡ଼ିଶା ସରକାର ଚାଷୀଙ୍କଠାରୁ ଚଳିତବର୍ଷର ସମସ୍ତ ବଳକା ଖରିଫ୍ ଧାନ ସଂଗ୍ରହ କରିବା ପାଇଁ ଚାଷୀ ନାମ ପଞ୍ଜିକରଣ କରିବାକୁ ଗତ ଜୁଲାଇ ୧୫ରୁ ଅଗଷ୍ଟ ୧୬, ୨୦୨୧ରିଖ ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ ପୂର୍ବକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତଦନୁଯାୟୀ ଆଜି ସୁଦ୍ଧା ଯାହା ଜଣାପଡ଼ିଛି, ଅନେକ କୃଷି ସେବା ସମବାୟ ସମିତିରେ କର୍ମଚାରୀ ନ ଥିବା ଏବଂ ସମୟ ସୀମିତ ଦୃଷ୍ଟିରୁ ରାଜ୍ୟର ପାଖାପାଖି ଆଉ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଚାଷୀ ଏହି ସମୟସୀମା ମଧ୍ୟରେ ଧାନ ବିକିବା ପାଇଁ ସେମାନଙ୍କର ନାମ ପଞ୍ଜିକରଣ କରିପାରି ନାହାନ୍ତି । ଆସନ୍ତା ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟି । ଇତି ମଧ୍ୟରେ ବଳକା ଥିବା ଅନ୍ୟ ସମସ୍ତ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିବା ବୋଧହୁଏ ଆଉ ସମ୍ଭବପର ହେଉ ନାହିଁ । ତେଣୁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ସମୟସୀମା ଆଉ ଏକମାସ ଅର୍ଥାତ ଚଳିତ ଅଗଷ୍ଟ ୧୬ଠାରୁ ସେପ୍ଟେମ୍ବର ୧୫,୨୦୨୧ରିଖ ପର୍ୟ୍ୟନ୍ତ ବୃଦ୍ଧି କରିବା ପାଇଁ ଓଡ଼ିଶାର ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହିତ ରାଜ ଭବନଠାରେ ଏହି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ରାଜ୍ୟ ସରକାର ଆସନ୍ତା ୧୬ ତାରିଖ ସୁଦ୍ଧା ଚାଷୀ ପଞ୍ଜିକରଣ ପାଇଁ ସମୟସୀମା ବୃଦ୍ଧି ନ କରନ୍ତି, ଆସନ୍ତା ୧୭ ତାରିଖ ଦିନ ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କୋଭିଡ଼ ଗାଇଡଲାଇନ୍ ଅନୁପାଳନ କରି ସରକାରଙ୍କ ବିରୁଦ୍ଧରେ ଏହାର ପ୍ରତିବାଦ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି, ଗତ ବର୍ଷ ଖରିଫ୍ ଓ ରବି ଉତ୍ପାଦିତ ଧାନରେ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ ପାଇଁ ସମସ୍ତ ସର୍ତ୍ତ ପୂରଣ କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କଠାରୁ ଧାନ କ୍ରୟ କଲେ ନାହିଁ । ଯାହା ଫଳରେ ସାରା ରାଜ୍ୟରେ ଅଦ୍ୟାବଧି ଚାଷୀ ଅସନ୍ତୋଷ ଲାଗି ରହିଛି । ଏଥିପାଇଁ ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି । ମହାମାରୀ କରୋନା ସଂକ୍ରମଣ ସମୟରେ କୃଷି ଓ କୃଷକର ଅବଦାନ ଅତୁଳନୀୟ । ତଥାପି କରୋନା ପରିସ୍ଥିତିରେ ସମ୍ମୁଖୀନ ଥାଇ ରାଜ୍ୟର ଚାଷୀ କୃଷି ଉତ୍ପାଦନ କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ଯଦି ଏଭଳି ସଙ୍କଟମୟ ପରିସ୍ଥିତିରେ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚାଷୀଙ୍କଠାରୁ ଧାନ କିଣା ନ ଯିବ ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଗତ ରବିରେ ଯେପରି ଟୋକନ ସମସ୍ୟା ଫଳରେ ବହୁ ଚାଷୀ ଧାନ ବିକିବାରୁ ବଞ୍ଚିତ ହେଲେ ସେହିଭଳି ଚଳିତ ବର୍ଷର ଧାନ କ୍ରୟ ପାଇଁ ଚାଷୀ ନବୀକରଣ ସମସ୍ୟାରେ ଅହେତୁକ ସମସ୍ୟା ଉପୁଜୁଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, ଚାଷୀନେତା ସ୍ୱପ୍ନେଶ୍ୱର ପୃଷ୍ଟି, ଗୋବିନ୍ଦ ମିଶ୍ର, ବିପ୍ରବର ସାହୁ, ପଦ୍ମଚରଣ ସାହୁ, ରାମ ବିଶ୍ୱାସରାୟ,ଭୂବନାନନ୍ଦ ସାମଲ, ନାରାୟଣ ପରିଡ଼ା, ବିରେନ୍ଦ୍ର ଭୂଷଣ ହୋତା, ଦାଶରଥି ସାହୁ, ନିରଞ୍ଜନ ବେହେରା, ଭାଗୀରଥି ସାହୁ, ଧୃବଚରଣ ପରିଡ଼ା, ଦେବଲୋଭନ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

- Advertisement -

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories