କଂଗ୍ରେସ ଦଳ ଛାଡିଲେ ବ୍ରହ୍ମପୁର ମହାନଗର ନିଗମର ଆଉ ୫ କର୍ପୋରେଟର

0

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଆଉ ୫ଜଣ କର୍ପୋରେଟର ଦଳ ଛାଡିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ୫ଜଣ କର୍ପୋରେଟର ଦଳରୁ ଇସ୍ତଫା ଦେଇଥିଲେ । ୪୦ସଦସ୍ୟ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମରେ କଂଗ୍ରେସର ୧୪ଜଣ ନିର୍ବାଚିତ ହୋଇଥିଲେ । ପୂର୍ବରୁ ୨ଜଣ ଦଳ ଛାଡି ବିଜେଡ଼ିରେ ଯୋଗ ଦେଇଥିଲେ । ଜଣେ କର୍ପୋରେଟରଙ୍କର ମୃତ୍ୟୁ ହୋଇଯାଇ ଥିବା ବେଳେ ଅବଶିଷ୍ଠ ୧୧ଜଣଙ୍କ ମଧ୍ୟରୁ କେବଳ ଜଣେ କର୍ପୋରେଟର ଦଣ୍ଡ ନାୟକଙ୍କୁ ଛାଡି ଅନ୍ୟ ୧୦ଜଣ କର୍ପୋରେଟର ଦଳ ଛାଡି ଆସନ୍ତା ଏପ୍ରିଲ ୪ରେ ଶାସକ ବିଜେଡ଼ିରେ ଯୋଗ ଦେବେ । ସମସ୍ତ କର୍ପୋରେଟର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତଙ୍କ ନିଷ୍ପତିକୁ ସମର୍ଥନ ଜଣାଇ ଦଳ ଛାଡିଥିବା ସୂଚନା ଦେଇଛନ୍ତି । ରଂଜିତ ନାୟକ, ଆର ମୁରଲୀ ମୋହନ, ଗୀତା ମାଧେଇ, ସଞ୍ଜିତା ପାତ୍ର ଓ ଲିଲି ବେହେରା ଆଜି ଦଳ ଛାଡିଛନ୍ତି । ପୂର୍ବରୁ ଏମ୍ ମିନାକ୍ଷୀ, ଅନୀଲ ନାୟକ, ବି ଶ୍ରୀନିବାସ ରାଓ, ମିନତୀ ବିଷୋୟୀ ଓ ପ୍ରିୟଙ୍କା ଚୌଧୁରୀ ଦଳ ଛାଡିଥିଲେ ।

Leave A Reply