ପର୍ଦାଫାସ୍ ହେବ ମୋଦୀ-ଆଦାନୀ ସମ୍ପର୍କ
କଂଗ୍ରେସ ନେତୃତ୍ବରେ ଅଣ ବିଜେପି ଦଳ ବୈଠକ
ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଏବଂ ପ୍ରସାଦ ହରିଚନ୍ଦନଙ୍କ ଆବାହକତ୍ବରେ ସୋମବାର ଅଣବିଜେପି ଦଳଗୁଡ଼ିକର ବୈଠକ ବସିଥିଲା। ନରେନ୍ଦ୍ର ମୋଦୀ ଓ ଆଦାନୀଙ୍କ ସମ୍ପର୍କକୁ ପ୍ରତ୍ୟେକ ଜିଲାରେ ପର୍ଦାଫାସ୍ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। କଂଗ୍ରେସ ନେତୃତ୍ବରେ ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ଜୟଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରାଯିବ। କାର୍ଯ୍ୟକ୍ରମରେ ସମସ୍ତ ସମ ଭାବାପନ୍ନ ଅଣବିଜେପି ଦଳର ନେତାମାନେ ଯୋଗଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ବୈଠକରେ ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେଡଷ୍ଟାର), ଏନସିପି, ସମାଜବାଦୀ ପାର୍ଟି, ଆରଜେଡି, ଆମ୍ ଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇର ଶୀର୍ଷ ନେତୃବୃନ୍ଦ ଓ କର୍ମକର୍ତ୍ତା ଅଭୟ ସାହୁ, ଆଶିଷ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁର ଜେନା, ଜ୍ୟୋତିରଞ୍ଜନ ମହାପାତ୍ର, ଯୁଧିଷ୍ଠିର ମହାପାତ୍ର, ପ୍ରମିଳା ବେହେରା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି ପ୍ରମୁଖ ମତାମତ ଦେଇଥିଲେ।
Comments are closed.