nua o banner

ମନ୍ତ୍ରୀ ପୁଅଙ୍କ ଗାଡ଼ି ଦୁର୍ଘଟଣାରେ କନ୍‌ଷ୍ଟେବଳ ମୃତ

BSKY banner  750×100
0

ଶିଲଂ : ମେଘାଳୟ ସ୍ୱାସ୍ଥ୍ୟମନ୍ତ୍ରୀ ଏ.ଏଲ. ହେକ୍‌ଙ୍କ ପୁଅ କାର୍‌ ଧକ୍କାରେ ଜଣେ ପୁଲିସ କନ୍‌ଷ୍ଟେବଲଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଖାସୀ ପାର୍ବତ୍ୟାଞ୍ଚଳର ଫୋର୍ଥଫର୍ଲଙ୍ଗ ଅଞ୍ଚଳରେ ହେକ୍‌ଙ୍କ ପୁଅ ଐବଂଶରାୟ ନଙ୍ଗସିଜ୍‌(୨୮) ଶୁକ୍ରବାର ରାତିରେ ନିଜ ମର୍ସଡିଜ୍‌ କାର ଚଳାଇ ଯାଉଥିବା ସମୟରେ ଏକ ମୋଟର ସାଇକଲ ସହିତ କାର୍‌ର ଧକ୍କା ହୋଇଥିଲା। ଏଥିରେ ମୋଟର ସାଇକଲରେ ଯାଉଥିବା କନ୍‌ଷ୍ଟେବଳ ପି.ଡି ସାଙ୍ଗମାଙ୍କ ମୃତ୍ୟୁ ହୋଇଥିବାବେଳେ ସାଥୀ କନ୍‌ଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି। ମନ୍ତ୍ରୀଙ୍କ ପୁଅ ନିଶାସକ୍ତ ଥିଲେ ବୋଲି ପୁଲିସ କହିଛି।

Leave A Reply