ସରକାରୀ ଚାକିରି ପୂର୍ବରୁ ସେନାରେ ନିଯୁକ୍ତି ବାଧ୍ୟତାମୂଳକ କରିବାକୁ ସୁପାରିସ

0

ନୂଆଦିଲ୍ଲୀ : ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ ନିଯୁକ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ପ୍ରଥମ ୫ ବର୍ଷ ବାଧ୍ୟତାମୂଳକ ଭାବେ ସେନାରେ ନିଯୁକ୍ତି ଦିଆଯିବା ଲାଗି ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି। ସରକାରୀ କର୍ମଚାରୀଙ୍କ ନିମନ୍ତେ ନୀତି ନିର୍ଦ୍ଧାରଣ କରୁଥିବା କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ଏ ସମ୍ବନ୍ଧରେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ଆବଶ୍ୟକ। ଏହାଦ୍ୱାରା ସଶସ୍ତ୍ର ବାହିନୀରେ ଯବାନଙ୍କ ଅଭାବ ଦୂର କରିବା ସମ୍ଭବ ହେବ ବୋଲି କମିଟି ଦର୍ଶାଇଛି।

prayash

ଭାରତୀୟ ସେନାରେ ୭,୦୦୦ ଅଧିକାରୀ ଏବଂ ୨୦,୦୦୦ ଯବାନ ପଦ ଖାଲିପଡିଛି। ସେହିଭଳି ଭାରତୀୟ ବାୟୁସେନାରେ ୧୫୦ ଅଧିକାରୀ ଓ ୧୫,୦୦୦ରୁ ଊର୍ଦ୍ଧ୍ବ ସୈନ୍ୟ ଏବଂ ନୌସେନାରେ ୧୫୦ ଅଧିକାରୀ ଓ ପାଖାପାଖି ୧୫,୦୦୦ ସୈନ୍ୟ ପଦ ଖାଲି ପଡିଛି। ଏହି ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି କମିଟି ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଉପରୋକ୍ତ ସୁପାରିସ କରିଛି।

ଭାରତୀୟ ରେଳବାଇରେ କେନ୍ଦ୍ର ସରକାରଙ୍କ ଅଧୀନରେ ୩୦ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ୨ କୋଟି କର୍ମଚାରୀ ନିଯୁକ୍ତ ଅଛନ୍ତି। ସରକାରୀ ଚାକିରିରେ ଯୋଗ ଦେବା ପୂର୍ବରୁ ସେନାରେ ନିଯୁକ୍ତ ରହିବା ଦ୍ୱାରା କର୍ମଚାରୀ ଶୃଙ୍ଖଳିତ ହେବେ ବୋଲି କମିଟି ଦର୍ଶାଇଛି। ଏହି ସୁପାରିସ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଉଦାସୀନ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି କମିଟି ଏବେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଉପରେ ଦାୟିତ୍ୱ ନ୍ୟସ୍ତ କରିଛି। ସେନାରେ ଅଧିକାରୀଙ୍କ ଅଭାବ ଦେଶର ନିରାପତ୍ତା ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିବାରୁ ଏହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କମିଟି ଦର୍ଶାଇଛି।

Leave A Reply