www.samajalive.in
Monday, December 8, 2025
14.1 C
Bhubaneswar

ତାରରେ ବନ୍ଧା ଜୀବନ ଘଟଣା, ତାର ଫିଟାଇଦେବା ପରେ ଚିନ୍ତାରେ ଗ୍ରାମବାସୀ

ଫୁଲବାଣୀ: ଲୋକ ସଂଖ୍ୟା କମ୍‍ ଥିବା ଯୋଗୁଁ ନିର୍ମାଣ ହୋଇ ପାରୁନାହିଁ ବିପଦପୂର୍ଣ୍ଣଭାବେ ଯାତାୟତ କରୁଥିବା ନଦୀ ଉପରେ ପୋଲ। ଫଳରେ ବର୍ଷ ବର୍ଷ ଧରି ତାରରେ ବନ୍ଧା ପଡ଼ିଥିଲା କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ଗୁଞ୍ଜିବାଡି ପଞ୍ଚାୟତ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ଼ର ବ୍ରିନ୍ଦାପଡ଼ା ଗ୍ରାମରେ ପ୍ରାୟ ୨୦ ଆଦିବାସୀ ପରିବାରର ପ୍ରାୟ ୧୩୦ଜଣ ଅଧିବାସୀଙ୍କ ଜୀବନ। ଏହି ଗ୍ରାମବାସୀଙ୍କୁ ବିଛିନ୍ନ କରି ରଖିଛି ବ୍ରିନ୍ଦାପଡ଼ା ନଦୀ। ଏହି ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବା ଯୋଗୁଁ ଗ୍ରମାବାସୀ ମାନେ ନଦୀର ଦୁଇକୂଳରେ ଥିବା ଗଛରେ ତାର ବାନ୍ଧି ବିପଦପୂର୍ଣ୍ଣଭାବେ ଯାତାୟତ କରିଥାନ୍ତି। ଏହି ଖବର ପ୍ରକାଶ ପରେ କ.ନୂଆଗାଁ ବ୍ଳକ ପ୍ରଶାସନ ଯାଇ ପହଞ୍ଚିଥିଲା ଉକ୍ତ ଗ୍ରାମରେ। ଗ୍ରାମବାସୀ ମାନଙ୍କ ପାଇଁ ଗ୍ରାମ ଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ବ୍ରିଜ୍‍ ଓ ପକ୍କା ରାସ୍ତା ଦେଖାଇ ଦେଇ ବର୍ଷ ବର୍ଷ ଧରି ଗ୍ରାମବାସୀ ମାନେ ଉକ୍ତ ନଦୀରେ ଯେଉଁ ତାରବାନ୍ଧି ଯାତାୟତ କରୁଥିଲେ ଉକ୍ତ ତାରକୁ କାଢିଦିଆଯାଛି। ଏଥି ସହିତ ଉକ୍ତ ଗ୍ରାମବାସୀଙ୍କୁ ଯେଉଁ ସବୁଦିନିଆ ପୋଲ ଓ ରାସ୍ତା ରହିଛି ଉକ୍ତ ରାସ୍ତାରେ ଯାତାୟତ ପାଇଁ ପରାମର୍ଶ ଦିଆଯିବା ସହିତ ନଦୀରେ ତାରବାନ୍ଧି ବିପଦପୂର୍ଣ୍ଣଭାବେ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ବାସ୍ତବିକ ଉକ୍ତ ୬ କିଲୋମିଟର ରାସ୍ତାର ଅବସ୍ଥା କଣ ତାହା ନ ଚାଲିଥିବା ଲୋକ ବିଶ୍ୱାସ କରିବ ନାହିଁ। ଗ୍ରାମଠାରୁ ଉକ୍ତ ବ୍ରିଜର ଦୂରତା ମାତ୍ର ୬ କିଲୋମିଟର ଦୂରରେ ଥିଲେ ମଧ୍ୟ ଗ୍ରାମବାସୀ ମାନେ କମ୍‍ ରାସ୍ତା ପଡ଼ିବା ଯୋଗୁଁ ଉକ୍ତ ନଦୀ ଉପରେ ତାରବାନ୍ଧି ବିପଦପୂର୍ଣ୍ଣଭାବେ ଯାତାୟତ କରୁଛନ୍ତି। କିନ୍ତୁ ଯେଉଁ ରାସ୍ତାକୁ ପ୍ରଶାସନ ଗ୍ରାମବାସୀଙ୍କୁ ଦେଖାଇଥିଲା ତାହା ବର୍ଷା ହୋଇଗଲେ ଚାଲିକି ଯିବା ମଧ୍ୟ କଷ୍ଟ ଦାୟକ। ୬ କିଲୋମିଟର ରାସ୍ତାରୁ କିଛି ବାଟ କାମ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧାରାସ୍ତା ମାଟି କାଦୁଅରେ ଭର୍ତ୍ତି। ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁ ବାଧ୍ୟ ହୋଇ ଯେଉଁମାନେ ଚାଲି ଚାଲି ସବୁବେଳେ ଯାତାୟତ କରିଥାନ୍ତି ବର୍ତ୍ତମାନ ଅଧିକ ରାସ୍ତା ପଡ଼ିଥିବା ରାସ୍ତାରେ ନଯାଇ ପାଣି ଭିତରେ ଯାତାୟତ କରୁଥିବାର ଦେଖାଯାଇଛି। ତେବେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ତାର କାଡ଼ିଦେଇଥିଲେ ମଧ୍ୟ ମାଟି କାଦୁଅରେ ଭର୍ତ୍ତି ରାସ୍ତାର ମରାମତି ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ଚାଲିକି ଯିବା ମଧ୍ୟ କଷ୍ଟଦାୟକ ହୋଇ ପଡ଼ିଛି ବୋଲି କହିଛନ୍ତି ଗ୍ରାମର ଅଧିବାସୀ ମାନେ। ତୁରନ୍ତ ଉକ୍ତ ୬ କିଲୋମିଟର ରାସ୍ତାକୁ ମରାମତି କରିବା ସହିିତ ପିଚୁ ପକାଇବା ପାଇଁ ପଦକ୍ଷେପ ନେଲେ ଗ୍ରମାବାସୀ ମାନେ ଉପକୃତ ହୋଇ ପାରନ୍ତେ ବୋଲି ନଦୀଭିତର ପାଣରେ ଦେଇ ଯାତାୟତ କରୁଥିବା କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡ଼ିଛି।

ପ୍ରକାଶ ଯେ, ବର୍ଷ ବର୍ଷ ଧରି ଉକ୍ତ ତାର ମାଧ୍ୟମରେ ପଞ୍ଚାୟତକୁ ଯାଇ ଚାଉଳ, କିରୋସିନ ଓ ଅତ୍ୟାବଶ୍ୟକୀୟ ଜିନିଷ ପତ୍ର ମଧ୍ୟ ଆଣିଥାନ୍ତି। ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ନଦୀ ଆରପାରି ଲକବାଡ଼ି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ରହିଛି। ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟ ବିପଦପୂର୍ଣ୍ଣ ଭାବେ ଉକ୍ତ ତାର ମାଧ୍ୟମରେ ନଦୀପାର ହେଉଥିଲେ। ତେବେ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଓ ସରପଞ୍ଚ ଯୁବତୀ ପ୍ରଧାନ କୁଆଡ଼େ ଏକାଧିକ ଥର ଲିଖିତ ଭାବେ ବ୍ଳକ ପ୍ରଶାସନ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିବାର ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories