www.samajalive.in
Tuesday, December 9, 2025
15.1 C
Bhubaneswar

ଟାଏକେଣ୍ଡୋ କଲର ବେଲ୍‍ଟ ପରୀକ୍ଷା ଅନୁଷ୍ଠିତ

ଫୁଲବାଣୀ: ସ୍ଥାନୀୟ କରୋନେସନ ପଡ଼ିଆଠାରେ କନ୍ଧମାଳ ଜିଲା ଟାଏକେଣ୍ଡୋ ସଂଘ ଓ ଫୁଲବାଣୀ ମାର୍ଶଲ ଆର୍ଟ ଏକାଡେମିର ମିଳିତ ସହଯୋଗରେ ଦ୍ୱାଦଶ ଟାଏକେଣ୍ଡୋ କଲର ବେଲ୍‍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ। ଓଡ଼ିଶା ଟାଏକେଣ୍ଡୋ ସଂଘର ସାଧାରଣ ସଂପାଦକ ମନୋଜ ମୋହନ ଭଂଜ ପରିଚାଳନା କରିଥିଲେ। ବେଲ୍‍ଟ ପ୍ରଦାନ ଉତ୍ସବରେ ଜିଲା କ୍ରିଡ଼ା ସଂଘର ସାଧାରଣ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ, ଜିଲା କ୍ରିଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ଅତିଥିଭାବେ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ। କନ୍ଧମାଳ ଜିଲା ପାଇଁ ଆଣିଥିବା ଜାତୀୟ ପଦକ ବିଜେତାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜଣାଇବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଜିଲା ସଂଘର ସଂପାଦକ ପ୍ରଭାତ କୁମାର ସାହୁ, ଏକଡ଼େମିର କୋଚ୍‍ ରମାକାନ୍ତ ବେହେରା, ପ୍ରିତମ୍‍ ଚନ୍ଦ୍ର ପ୍ରଧାନଙ୍କ ସହିତ ସିନିୟର ବ୍ଲାକବେଲ୍ଟ ଗୋବିନ୍ଦ ସାହାଣୀ ଓ ମଦନ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories