www.samajalive.in
Sunday, December 14, 2025
23.1 C
Bhubaneswar

ଦକ୍ଷିଣ କୋରିଆବାସୀ କରୋନା ଭୟରେ ପୋଡ଼ି ଦେଲେଣି ୨.୨୫ ଟ୍ରିଲିଅନ ଡଲାର

ସିଓଲ : ଦକ୍ଷିଣ କୋରିଆବାସୀଙ୍କୁ କରୋନା ଡର ଏମିତି ଗ୍ରାସ କରିଛି ଯେ ସେମାନେ ପ୍ରାୟ ୨.୨୫ ଟ୍ରିଲିଅନ ଡଲାର ମୂଲ୍ୟର ନୋଟ୍ (ୱନ) ନଷ୍ଟ କରି ଦେଲେଣି। କେଉଁଠି ଲୋକେ ନୋଟକୁ ୱାଶିଂମେସିନରେ ସଫା କରିବା ଦ୍ବାରା ଏହା ନଷ୍ଟ ହୋଇଯାଉଛି ତ କେଉଁଠି ମାଇକ୍ରୋଓଭନରେ ନୋଟ ଓ ମୁଦ୍ରାକୁ ବିଶୋଧନ ନିମନ୍ତେ ରଖାଯିବା ଦ୍ବାରା ତାହା ପୋଡ଼ି ଯାଇଛି। ପରିଣତି ଏପରି ହୋଇଛି ଯେ ଦକ୍ଷିଣକୋରିଆ ରିଜର୍ଭ ବ୍ୟାଙ୍କ ଏବେ ନଷ୍ଟ ନୋଟଗୁଡ଼ିକୁ ନେଇ ବଡ଼ ସମସ୍ୟାରେ ପଡ଼ିଛି । ଗତ ୬ ମାସ ମଧ୍ୟରେ ଦକ୍ଷିଣକୋରିଆର ଲୋକମାନେ ଗତବର୍ଷ ତୁଳନାରେ ୩ ଗୁଣ ଅଧିକ ପୋଡ଼ା ନୋଟ୍ ବଦଳ ପାଇଁ ରିଜର୍ଭ ବ୍ୟାଙ୍କକୁ ଆଣିଛନ୍ତି। ଗତ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ପ୍ରାୟ ୧.୩୨ ନିୟୁତ ୱନ (୧.୧ ନିୟୁତ ଡ଼ଲାର)ର ପୋଡ଼ା ଓ ଅଧାପୋଡ଼ା ୱନ ବ୍ୟାଙ୍କକୁ ଫେରାଇଛନ୍ତି। ଉମ୍ ନାମକ ଜଣେ ବ୍ୟକ୍ତି ୩୦ ହଜାର ଡଲାର ନୋଟକୁ ୱାଶିଂମେସିନରେ ସଫା କରିବା ପାଇଁ ପକାଇଥି​‌େ​‌ଲ। ଏଥିରୁ ପ୍ରାୟ ୩୫% ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏହି ଅର୍ଥ ତାଙ୍କ ପରିବାରର ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନିମନ୍ତେ ଅନ୍ୟମାନେ ପ୍ରଦାନ କରିଥିଲେ। କିମ୍ ନାମକ ଅନ୍ୟ ଜଣେ ବ୍ୟକ୍ତି ମାଇକ୍ରୋଓଭନରେ ୫.୨ ନିୟୁତ ୱନ ରଖିଥିଲେ। ସେଥିରୁ ଅର୍ଧାଧିକ ନୋଟ ପୋଡ଼ି ଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories