www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରତ୍ୟେହ ଚାରି କପ କଫି ପିଇବାର ଲାଭ

ବହୁତ ଲୋକ ଅଛନ୍ତି ଯେଉଁମାନେ ଦୈନିକ କଫି ପିଇଥାଆନ୍ତି। କଫି ପିଇବାକୁ ନେଇ ନିକଟରେ ଏକ ଗବେଷଣା କରାଯାଇଥିଲା। ଏଥିରେ ଗବେଷକମାନେ କହିଛନ୍ତି ଯେ,ପ୍ରତିଦିନ ଚାରି କପ କଫି ପିଇବା ଦ୍ବାରା ଶରୀରରେ ଚର୍ମରୋଗ ହେବାର ଆଶଙ୍କା ୨୦ ପ୍ରତିଶତ କମ୍ ହୋଇଯିବ। ଯେଉଁମାନେ ଦୈନିକ ଏକ କପ୍ କଫି ପିଇଥାନ୍ତି, ସେମାନଙ୍କ ସହ ଏହାର ତୁଳନା କରାଯାଇ ଏହି ତଥ୍ୟ ପ୍ରଦାନ କରାଯାଇଛି।
ବ୍ରାଉନ୍ ବିଶ୍ୱବିଦ୍ୟାଳୟର ଗବେଷକ ରୋଡେ ଆଇସଲାଣ୍ଡ୍ଙ୍କ ନେତୃତ୍ୱରେ ଏକ ଗବେଷକ ଦଳ ଏହି ଗବେଷଣା କରିଥିଲେ। ସେ କହିଛନ୍ତି ଯେ,କଫିରେ ଅଣ ଉତ୍ତେଜକ ତତ୍ତ୍ୱ ଥିବା ହେତୁ ଏଭଳି ଘଟିଥାଏ। ଅଧିକ କଫି ପିଇଲେ ହୃଦ୍ରୋଗ, କର୍କଟ, ମଧୁମେହ ଓ ମାନସିକ ଅବସାଦ ଭଳି ରୋଗ ହେବାର ଆଶଙ୍କା ବି କମ୍ ହୋଇଥାଏ ବୋଲି ଏହି ଗବେଷଣାରେ କୁହାଯାଇଛି।
ବେଳେବେଳେ ଚର୍ମ ଲାଲ୍ ପଡିଯାଇଥାଏ। ନିୟମିତ ରୂପେ କଫି ପିଇବା ଦ୍ବାରା ଯେଉଁ ରୋଗର ଆଶଙ୍କା ଥାଏ,ତାହା ମଧ୍ୟ ଦୂରୀଭୂତ ହୋଇଥାଏ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି। ଯେଉଁ ମହିଳାମାନେ ଦୈନିକ ଚାରି କପ୍ ବା ତା’ଠାରୁ ଅଧିକ ମାତ୍ରାରେ କଫି ପିଇଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ରୋଗର ଆଶଙ୍କା ନଥାଏ। ଏହି ଗବେଷଣା ସନ୍ଦର୍ଭଟି ଜର୍ଣ୍ଣାଲ୍ ଅଫ୍ ଦି ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ଡର୍ମାଟୋଲୋଜିରେ ପ୍ରକାଶିତ ହୋଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories