www.samajalive.in
Saturday, December 6, 2025
23.1 C
Bhubaneswar

ପେ-ଟିଏମର ଡାଟା ଚୋରି: ମହିଳା ସେକ୍ରେଟାରୀ ସମେତ ୩ଗିରଫ

ନୂଆଦିଲ୍ଲୀ: ପେ-ଟିଏମ ମାଲିକ ବିଜୟ ଶେଖର ଶର୍ମାଙ୍କ ନିଜସ୍ୱ ଡାଟା ଚୋରି କରି ପ୍ରତିବଦଳରେ ୨୦କୋଟି ଟଙ୍କା ଦାବି କରିବା ଅଭିଯୋଗରେ ନୋଇଡ଼ା ପୁଲିସ କମ୍ପାନୀର ଜନୈକା ମହିଳା ସେକ୍ରେଟେରୀଙ୍କ ସମେତ ୩ଜଣ କର୍ମଚାରୀଙ୍କୁ ଗିରଫ କରିଛି। ନୋଇଡା ସେକ୍ଟର ୨୦ରେ ଏହାକୁ ନେଇ ବିଜୟଙ୍କ ଅଭିଯୋଗ ପରେ ପୁଲିସ ଏହି ଗିରଫ କରିଛି।
୨୦ସେପ୍ଟେମ୍ବରରେ ବିଜୟ ଶେଖର ଜାପାନ ଗ୍ରସ୍ତରେ ଥିବାବେଳେ ଥାଇଲ୍ୟାଣ୍ଡର ଏକ ନମ୍ବରରୁ ତାଙ୍କୁ ଫୋନ ଆସିଥିଲା। ଫୋନ୍‍ କରିଥିବା ବ୍ୟକ୍ତିଜଣକ ବିଜୟଙ୍କ ନିଜସ୍ୱ ଡାଟା ପ୍ରତିବଦଳରେ ୨୦କୋଟି ଟଙ୍କା ଦାବି କରିଥିଲେ। ବ୍ୟକ୍ତିଙ୍କ ଏଭଳି କଥାକୁ ବିଜୟ ବିଶ୍ୱାସ ନକରିବାରୁ ଟଙ୍କା ନଦେଲେ ନିଜସ୍ୱ ଡାଟା ସର୍ବଜନିକ କରିବାକୁ ବ୍ୟକ୍ତିଜଣକ ଧମକ ଦେଇଥିଲେ। ଏହି ଡାଟା ତାଙ୍କୁ କମ୍ପାନୀର ଏଡମିନ ବିଭାଗରେ କାର୍ଯ୍ୟରତ ରାହୁଲ ଓ ଦେବେନ୍ଦ୍ରଙ୍କଠାରୁ ମିଳିଛି ବୋଲି ବ୍ୟକ୍ତିଜଣକ ଧମକ ଦେଇଥିଲେ। ବିଜୟଙ୍କଠାରୁ ଆଦାୟ ଅର୍ଥରୁ ୧୦ ପ୍ରତିଶତ ରାହୁଲ ଓ ଦେବେନ୍ଦ୍ର ନେବାର କାର୍ଯ୍ୟକ୍ରମ ଥିଲା। ଏଭଳି ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରିବା ସହ ଏହି ଘଟଣାର ମୁଖ୍ୟ କାର୍ପଟଦାର ପେ-ଟିଏମର ମହିଳା ସେକ୍ରେଟାରୀ ସୋନିଆଙ୍କୁ ଗିରଫ କରିବା ସହ ରାହୁଲ ଓ ଦେବେନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଛି। ସୋନିଆ ଜଣେ ସାଧାରଣ କର୍ମଚାରୀଭାବେ ଏହି କମ୍ପାନୀରେ ନିଯୁକ୍ତି ପାଇଥିବାବେଳେ ପରବର୍ତ୍ତୀ ସମୟରେ ଖୁବ୍‍ ଅଳ୍ପ ଦିନ ମଧ୍ୟରେ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ଭାବେ ପଦୋନ୍ନତି ପାଇଥିଲେ। ପ୍ରଥମେ ଇଂରାଜୀ ଖବର କାଗଜରେ ବିଜସେନ ଅପରେସନ ମ୍ୟାନେଜର ଭାବେ କାର୍ଯ୍ୟରତ ସୋନିଆଙ୍କ ସାକ୍ଷାତ ପେ ଟିଏମ କମ୍ପ୍ୟୁନିକେସନ ଲି.ର ମାଲିକ ବିଜୟ ଶେଖରଙ୍କ ସହ ହୋଇଥିଲା। ପରେ ସୋନିଆ ସେକେଣ୍ଡାରି ମିଡିଆ କଣ୍ଟ୍ରାକ୍ଟ ପଦରେ ଯୋଗ ଦେଇଥିଲେ। ବିଜୟଙ୍କ ସହ ତାଙ୍କ ଘନିଷ୍ଠତା ହେତୁ ଖୁବ୍‍ ଅଳ୍ପ ଦିନ ମଧ୍ୟରେ ସୋନିଆ କମ୍ପାନୀର ଉପାଧ୍ୟକ୍ଷ ଭାବେ ପଦୋନ୍ନତି ପାଇ ଯାଇଥିଲେ। ଚୀନର ବଡ଼ କମ୍ପାନୀ ଆଲିବାବା ସହ ପେ ଟିଏମର ବ୍ୟବସାୟିକ ସମ୍ପର୍କ ସୋନିଆଙ୍କ ଦ୍ୱାରା ପରିଚାଳିତ ହେଉଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories