www.samajalive.in
Monday, December 15, 2025
24.1 C
Bhubaneswar

ନଡ଼ିଆ ତେଲର ଉପକାରିତା

ନଡ଼ିଆ ତେଲରେ ବହୁ ଚମତ୍କାରିତା ଗୁଣ ନିହତ ହୋଇ ରହିଛି। ଏହା ଚର୍ମ ସମ୍ବନ୍ଧୀୟ ବହୁ ରୋଗର ନିରାକରଣ ନିମନ୍ତେ ବ୍ୟବହୃତ ହୋଇଥାଏ। ଏହା ଆମ ଶରୀର ପାଇଁ ବହୁ ହିତ ସାଧନ କରିଥାଏ। ଜାଣନ୍ତୁ ତାହା କ’ଣ……….
ନଡ଼ିଆ ତେଲ ମୁହଁ ପାଇଁ ପ୍ରାକୃତିକ ମଶ୍ଚୁରାଇଜର ଭଳି କାମ କରିଥାଏ। ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ଦେଖାଯାଇଥାଏ। ମୁହଁର ଚର୍ମ ଜାକି ହେଉଥିଲେ ନିୟମିତ ଏହାକୁ ଲଗାଇଲେ ଏହା ଚର୍ମକୁ ସୁସ୍ଥ ରଖିଥାଏ।
ଓଠ ଫାଟି ଥିଲେ ଏହାକୁ ନିୟମିତ ଲଗାଇଲେ ଓଠ ଆଉ ଫାଟି ନଥାଏ।
ଗୋଡ଼ ଓ ହାତ ଫାଟିଲେ ମଧ୍ୟ ଏହାକୁ ଲଗାଇବା ଦ୍ୱାରା ଏହା ବହୁ ଲାଭ ଦାୟକ ହୋଇଥାଏ।
ସୁନ୍ଦର କେଶ ପାଇଁ –
କେଶରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ଏହା କେଶକୁ ଖୁବ ମୋଟା ଓ ଲମ୍ବା କରିଥାଏ। ଏହାକୁ ୫ମିନିଟ କେଶ ମୂଳରେ ମାଲିସ କଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ ଓ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ। କେଶ ଖୁବ ଆକର୍ଷଣୀୟ ମଧ୍ୟ ହୋଇଥାଏ।


ଏହାକୁ ଆଣ୍ଠୁ ଗଣ୍ଠି , ଅଣ୍ଟା ଆଦିରେ ପ୍ରତିଦିନ ମାଲିସ କଲେ ଏହା ଖୁବ ଉପକାର ପ୍ରଦାନ କରିଥାଏ। ଆଣ୍ଠ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ। ବିନ୍ଧା ଯନ୍ତ୍ରଣା ଆଦି କମିଯାଇଥାଏ।
ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories