ନଡ଼ିଆ ଚାଷ ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ : ସତ୍ୟବାଦୀ  ବ୍ଲକ ଅନ୍ତର୍ଗତ ସାଣ୍ଡରା ଗ୍ରାମ ପଞ୍ଚାୟତର ନିଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବବିନା କୋକୋନଟ ପ୍ରଡ୍ୟୁସର
prayash
ସୋସାଇଟି ଆନୁକୂଲ୍ୟରେ ନଡ଼ିଆ ଚାଷୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ କୃଷି ବିଜ୍ଞାନ କେନ୍ଦ୍ର  ସାକ୍ଷୀଗୋପାଳ ର ମୁଖ୍ୟ ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ପିପିଲି ବ୍ଲକର ସରକାରୀ କୃଷି ଅଧିକାରୀ ବିଷୁପ୍ରିୟା ବେହେରା, ମୁଖ୍ୟ ବକ୍ତା ଭାବରେ ଭୋଳାନାଥ ଦାସ ପ୍ରମୁଖ  ଯୋଗ ଦେଇଥିଲେ। ବବିନା କୋକନଟର ସଭାପତି ଗଙ୍ଗାଧର ଛାଟୋଇ ଏହି ସଭାରେ ସଭାପତିତ୍ୱ କରିଥିଲେ। ନଳିନୀ  ପଣ୍ଡା, ଜଗନ୍ନାଥ ସାହୁ, ପ୍ରଭାତ ପୁରୀ, ଅମିନ ପ୍ରଧାନ, ବ୍ରଜକିଶୋର ପଣ୍ଡା, ସ୍ଵର୍ଣମଞ୍ଜରୀ ଛାଟୋଇ, ହରିହର ଭାରତୀ, ବସନ୍ତ ଦାସ ପ୍ରମୁଖ ନଡ଼ିଆ ଚାଷୀ ମାନେ ଉପସ୍ଥିତ ରହିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଉଦ୍ଦେଶ୍ୟ  ଥିଲା ନଡିଆ ଚାଷର ଉନ୍ନତି  କିଭଳି ହୋଇ ପାରିବ। ସରକାରୀ ସ୍ତରରେ ନଡ଼ିଆ ଚାଷୀ ମାନଙ୍କୁ କିପରି ସୁବିଧା ସୁଯୋଗ ଦିଆଯାଇପାରିବ ସେ ବିଷୟ ରେ ଶ୍ରୀ ମହାନ୍ତି ବର୍ଣ୍ଣନା କରିଥିଲେ । ନଡ଼ିଆ ଗଛ ଲଗାଇବା ସମୟରେ ସାର ଦେବାର ପ୍ରଣାଳୀ ମଧ୍ୟ କହିଥିଲେ । ଶେଷରେ କବିରାଜ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.