‘କୋବ୍ରାପୋଷ୍ଟ’ର ଷ୍ଟିଙ୍ଗ୍‍ ମିଥ୍ୟା ଓ ଜାଲ୍‍

0

ନୂଆଦିଲ୍ଲୀ : ‘କୋବ୍ରାପୋଷ୍ଟ’ ସାମ୍ବାଦିକଙ୍କ ଦ୍ୱାରା ହୋଇଥିବା ଷ୍ଟିଙ୍ଗ୍‍ ଅପରେସନ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଓ ଜାଲ୍‍ ବୋଲି ତଦନ୍ତରୁ ଜଣାଯାଇଛି। ଏପରିକି ନିକଟରେ ‘କୋବ୍ରାପୋଷ୍ଟ’ ୱେବସାଇଟ୍‍ ଦ୍ୱାରା ପ୍ରସାରିତ ‘ଅପରେସନ ୧୩୬’ ରିପୋର୍ଟ ଉପରେ ଦିଲ୍ଲୀ ହାଇକୋର୍ଟ କଟକଣା ଜାରି କରିଛନ୍ତି। କୋବ୍ରାପୋଷ୍ଟ ଏହାର ଷ୍ଟିଙ୍ଗ ଅପରେସନରେ ଦାବି କରିଛି ଯେ ଦେଶର ଅନେକ ମିଡିଆ ଗ୍ରୁପ୍‍ ଅର୍ଥ ବଦଳରେ ହିନ୍ଦୁତ୍ୱ ଓ ରାଜନୈତିକ ଏଜେଣ୍ଡାକୁ ପ୍ରଚାର ପ୍ରସାର କରିବାକୁ ରାଜି ହୋଇଛନ୍ତି। ତେବେ କୋବ୍ରା ପୋଷ୍ଟ ଷ୍ଟିଙ୍ଗ ଅପରେସନ ପରିବର୍ତ୍ତେ ଜାଲ୍‍ ଅଡିଓ-ଭିଡିଓ ପ୍ରସ୍ତୁତ କରି ଏପରି ମିଥ୍ୟା ଦାବି କରୁଥିବା ତଦନ୍ତରୁ ଜଣାପଡିଛି। କାରଣ କୋବ୍ରାପୋଷ୍ଟ ଯେଉଁ ସବୁ ମିଡିଆ ଗ୍ରୁପ୍‍ ବିରୋଧରେ ଅଭିଯୋଗ ଆଣିଛି ସେମାନେ ଏହାକୁ ଅସ୍ୱୀକାର କରିଛି। ସମ୍ପୃକ୍ତ ମିଡିଆ ଗ୍ରୁପ୍‍ର କହିବା ଅନୁଯାୟୀ ହିନ୍ଦୁତ୍ୱ କିମ୍ବା କୌଣସି ଦଳର ରାଜନୈତିକ ଏଜେଣ୍ଡାକୁ ପ୍ରଚାର ପ୍ରସାର କରିବା ଲାଗି ସେମାନଙ୍କର କୌଣସି ଚୁକ୍ତି ସ୍ୱାକ୍ଷର ହୋଇନାହିଁ। ଷ୍ଟିଙ୍ଗ୍‍ ଅପରେସନ କରିଥିବା ସାମ୍ବାଦିକ ପୁଷ୍ପ ଶର୍ମା ଯିଏକି ନିଜକୁ ଆଚାର୍ଯ୍ୟ ଚତ୍ରପାଲ ଅଟଲ ରୂପରେ ପରିଚିତ କରାଇଥିଲେ ତାଙ୍କୁ ୨୦୦୯ ନଭେମ୍ବର ୧୭ରେ ଗିରଫ କରାଯାଇଥିଲା। ଜଣେ କନଷ୍ଟେବଳଙ୍କ ଠାରୁ ଚାନ୍ଦା ବାବାଦକୁ ୧୦ହଜାର ଟଙ୍କା ଗ୍ରହଣ କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ଏକ ଆରଟିଆଇ ଉତ୍ତରକୁ ଭୁଲ୍‍ ଉପସ୍ଥାପନ କରିବା ନେଇ ଦିଲ୍ଲୀ ପୁଲିସ ୨୦୧୬ ମେ ରେ ତାଙ୍କୁ ଗିରଫ କରିଥିଲା।

Leave A Reply