www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟ ସରକାରଙ୍କ ପରାମର୍ଶ: ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଫି ଆଦାୟ ସ୍ଥଗିତ ରଖନ୍ତୁ ଘରୋଇ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର: ଦେଶରେ କରୋନା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ଫଳରେ ଅଧିକାଂଶ ସରକାରୀ କାର୍ଯ୍ୟଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟ ଠପ୍‌ ହୋଇଯାଇଛି। ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇପଡ଼ିଛି। ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଫି ଆଦାୟ ସାମୟିକ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ଫି ହ୍ରାସ କରିବା ପାଇ ବିଚାରି କରିବା ସହିତ ଏପ୍ରିଲ ମାସରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଫି ଆଦାୟକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରି ପ୍ରତିକୂଳ ସମୟରେ ଯେଉଁମାନଙ୍କ ରୋଜଗାର ପନ୍ଥା କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ଏହା ସାହାଯ୍ୟ କରିବ ବୋଲି ସିଏମଓ ପକ୍ଷରୁ କୁହାଯାଇଛି।

- Advertisement -

ଭୁବନେଶ୍ବରରେ ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ ଛାତ୍ରଙ୍କ ଅଭିଭାବକ କୁହନ୍ତି, ରାଜ୍ୟ ସରକାରଙ୍କ ଏହି ପରାମର୍ଶ ଅତି ଗୁରୁତ୍ଵପୂର୍ଣ୍ଣ। ଏପରି ଏକ ବିପଦ ସମୟରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ସରକାରଙ୍କ ଏହି ପରାମର୍ଶକୁ ପାଳନ କରିବା ଉଚିତ। ବର୍ତ୍ତମାନ ସବୁ କାମ ବନ୍ଦ ରହିଥିବାରୁ ରୋଜଗାର ବାଧାପ୍ରାପ୍ତ ହୋଇଛି। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ଏ ଦିଗରେ ଚିନ୍ତା କରିବା ଦରକାର। ଫି କିଛିଟା ହ୍ରାସ କରିବା ସହିତ ୩/୪ ମାସ ସମୟ ଦେଲେ ଭଲ ହେବ ବୋଲି ସେ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories