www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଉଜାଡି ଦେଲା ମୋ ଖଜା ବେପାର

ସୁଆଣ୍ଡୋ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା କରାଯାଇଛି । ଏଥିପାଇ ରାସ୍ତା ଘାଟ ଦୋକାନ ବଜାର ବନ୍ଦ ରହିଛି । ସବୁ ଆଡେ ଜନ ମାନବ ଶୁନ୍ୟ ହୋଇ ଖାଁ ଖାଁ ଦିଶୁଛି । ଏଭଳି ପରିସ୍ଥିତିରେ ରାସ୍ତା କଡରେ ଛୋଟ ମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ଲୋକଙ୍କ ଅବସ୍ଥା କହିଲେ ନସରେ।

ପୁରୀ ଯିବା ବାଟରେ ବାଟମଙ୍ଗଳା ନିକଟ ପଧାନ ବୁଢା ଚାହା ଦୋକାନ ନିକଟରେ ରମେଶ ମିଶ୍ର ଖଜା ଦୋକାନଟିଏ କରିଥିଲେ । ପ୍ରତିଦିନ ଯାହା ବିକ୍ରି ବଟା କରିଥାନ୍ତି ସେଥିରୁ ତାଙ୍କର କୁଟୁମ୍ବ ଚଳୁଥିଲେ । ଲକ ଡାଉନ ହେବା ଦିନ ଠାରୁ ତାଙ୍କ ବେପାର ବନ୍ଦ । ବଡ ଦୁଃଖ କଷ୍ଟରେ ଚଳୁଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି । ଏ ସମ୍ପର୍କରେ ଶ୍ରୀ ମିଶ୍ରଙ୍କୁ ପଚାରବାରୁ ସେ କହନ୍ତି ସରକାରଙ୍କ ତରଫରୁ ତିନି ମାସର ଚାଉଳ ଓ ହଜାରେ ଟଙ୍କା ପାଇଛୁ । ଏତିକିରେ କଣ ସଂସାର ଚଳିବ । ରୋଗ ବଇରାଗ ରହିଛି । ପରିବା ଠାରୁ ଆରମ୍ଭ କରି ଦୋକାନ ସଉଦା କିଣିବାକୁ ପଡୁଛି । ସବୁ ସେଇ ଚାଉଳ ବିକ୍ରି କରି ଚଳୁଛୁ । ଏକା ଶ୍ରୀ ମିଶ୍ର ନୁହଁନ୍ତି ଏହିପରି ଅନେକ ଲୋକ ଦୁଃଖ କଷ୍ଟରେ ଚଳୁଛନ୍ତି । କେବେ କରୋନା କମିବ ଆଉ ଲକ ଡାଉନ ଉଠିବ ପୁଣି ସବୁ ସ୍ୱାଭାବିକ ହେବ ସେହିଦିନକୁ ସମସ୍ତେ ଅପେକ୍ଷାରେ ରହିଛନ୍ତି ବୋଲି କହୁଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories