www.samajalive.in
Saturday, December 6, 2025
14.1 C
Bhubaneswar

ଚୀନରେ ପୁଣି ୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଦେଖିବାକୁ ମିଳୁନି କୌଣସି ଲକ୍ଷଣ

ଉହାନ: ଚୀନରେ ଶୁକ୍ରବାର ପୁଣି ୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୯୦୭ରେ ପହଞ୍ଚିଛି। ୪୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ନାଗରିକ ହୋଇଥିବାବେଳେ ୩୮ ଜଣ ବିଦେଶ ଫେରନ୍ତା। ସନ୍ଦେହରେ ପରୀକ୍ଷା କରାଯିବା ପରେ ସେମାନଙ୍କଠାରେ ଭୂତାଣୁ ଚିହ୍ନଟ ହୋଇଛି। ଏହା ପରେ ଚୀନ ସରକାର ଏବେ ପୁଣି ଥରେ ସୁସ୍ଥ ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଏହି ମହାମାରୀ ଭୂତାଣୁ ପୁଣି ଥରେ ଲେଉଟିବା ଉପରେ ରୋକ୍‌ ଲଗାଯାଇପାରିପବ ବୋଲି ଚୀନ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି। ଗତ ଗୁରୁବାର ମଧ୍ୟ ଚୀନରେ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମୋଟ ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories