୨୩ରେ ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ, ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ କରିବେ ଲୋକାର୍ପଣ

ସାକ୍ଷୀଗୋପାଳ: ରାଜ୍ୟ ସରକାରଙ୍କ ପକ୍ଷରୁରୁ ୩୨.୮କୋଟି ଟଙ୍କା ଅନୁଦାନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ଐତିହ୍ୟ ଗ୍ରାମ ସୁଆଣ୍ଡୋ ଗ୍ରାମର ଉନ୍ନୟନ ହୋଇଅଛି। ଆସନ୍ତା ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଗୁଡିକର ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରମୋଦ ଉଦ୍ୟାନ ପରିସରରେ ଉତ୍କଳମଣିଙ୍କ ୧୫ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଏହସହିତ ନବ ନିର୍ମିତ ଉତ୍କଳମଣି ସଂଗ୍ରହାଳୟ ଉଦଘାଟନ କରିବେ।

prayash

ପୁନଃରୁଦ୍ଧାର ହୋଇଥିବା ଉତ୍କଳମଣିଙ୍କ ଷଠୀଘର ଓ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ପରିଦର୍ଶନ କରିବେ। ଏହାପରେ ଏକ ଜନ ସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.