ଏକାଠି ନିର୍ବାଚନ କରିବା ସପକ୍ଷରେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର :   ବିଧାନସଭା ଓ ଲୋକସଭା ନିର୍ବାଚନ  ଏକକାଳୀନ କରିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ବ୍ୟକ୍ତି କରିଛନ୍ତି । ପ୍ରତିବର୍ଷ ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ  ବିଭିନ୍ନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲ ସେ ସୂଚନା ଦେଇଛନ୍ତି । ଆଇନ କମିଶନ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମତାମତ ଲୋଡ଼ିଥିଲେ ।  ମୁଖ୍ୟମନ୍ତ୍ରୀ ଏକକାଳୀନ ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି ।

ଭାରତରେ ଏକକାଳୀନ ନିର୍ବାଚନ କରିବା ପାଇଁ ମୋଦି ସରକାର ପ୍ରସ୍ତାବ ଦେଇଥିଲେ । ଏହାକୁ କେତକ ରାଜନୈତିକ ଦଳ ବିରୋଧ କରୁଥିବା ବେଳେ ଅନ୍ୟକେତକ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଆଇନ କମିଶନ ଏ ନେଇ ଜୁଲାଇ ୭ ଓ ୮ ତାରିଖରେ ଏକ ବୈଠକ ଡକାଇଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ସାସଂଦ ପିନାକୀ ମିଶ୍ର ଏଥିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Leave A Reply