www.samajalive.in
Monday, December 15, 2025
24.1 C
Bhubaneswar

ଥଟ୍ଟାମଜାରୁ ବିଦ୍ୟାଳୟରେ ଛୁରାମାଡ଼; ଉପର ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସିଲେ କନିଷ୍ଠ ଛାତ୍ର

ସମାଜ ଡିଜିଟାଲ ଡେସ୍କ: ଥଟ୍ଟାମଜାରୁ ବଚସା, ଆଉ ତା’ପରେ ଛୁରାମାଡ଼। ନିଜ ଉପର ଶ୍ରେଣୀର ଛାତ୍ରଙ୍କୁ ଛୁରାମାଡ଼ କରିଛନ୍ତି ଅନ୍ୟ ଜଣେ କନିଷ୍ଠ ଛାତ୍ର। ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, କିଛି ଛାତ୍ର ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଜଣେ ଦ୍ଵାଦଶ ଶ୍ରେଣୀର ଛାତ୍ର ଏବଂ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଥଟ୍ଟାମଜା ହୋଇଥିଲା। କିନ୍ତୁ ଏହା ପରବର୍ତ୍ତୀ ସମୟରେ ବଚସାର ରୂପ ନେଇଥିଲା। ଏଥିରେ ଦଶମ ଶ୍ରେଣୀ ଛାତ୍ର ଜଣକ ନିଜ ବ୍ୟାଗରୁ ଏକ ଛୁରି ବାହାର କରି ଦ୍ଵାଦଶ ଛାତ୍ରଙ୍କୁ ଭୁସି ଦେଇଥିଲେ। ଅନ୍ୟ ଛାତ୍ରମାନେ ଏହା ଦେଖି ତୁରନ୍ତ ଆକ୍ରମଣକାରୀ ଛାତ୍ରଙ୍କୁ କାବୁ କରିବା ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ବିଦ୍ୟାଳୟ ମେଡିକାଲ କେନ୍ଦ୍ରରେ ଆହତ ଛାତ୍ରଙ୍କ ପ୍ରାଥମିକ ଚିକିତ୍ସା କରାଯାଇ ନିକଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

- Advertisement -

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories