www.samajalive.in
Sunday, December 7, 2025
14.1 C
Bhubaneswar

ବିଏମଡବ୍ଲୁ ଆଣିଲା ଏହି ଇ-ସ୍କୁଟର, ଥରେ ଚାର୍ଜ କଲେ ଯିବ ୧୩୦ କି.ମି.

ନୂଆଦିଲ୍ଲୀ : ଜର୍ମାନୀର ବିଳାସପୂର୍ଣ୍ଣ କାର୍ ନିର୍ମାତା କମ୍ପାନୀ ବିଏମଡବ୍ଲୁ ତରଫରୁ ଭାରତୀୟ ବଜାରରେ ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ସିଇ୦୪କୁ ବଜାର ପ୍ରବେଶ କରାଯାଇଛି । ଆସନ୍ତୁ ଏହି ସ୍କୁଟରର ଫିଚର୍ସ ଫିଚର୍ସ ଏବଂ ଦାମ୍ ସମ୍ପର୍କରେ ଜାଣିବା..

ବିଏମଡବ୍ଲୁ ତରଫରୁ ଭାରତରେ ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ରୂପେ ସିଇ୦୪କୁ ଲଞ୍ଚ୍ କରାଯାଇଛି । କମ୍ପାନୀ ଏହି ସ୍କୁଟରରେ ଅନେକ ଫିଚର ଦେଉଛି । ଏଥିରେ ଡବଲ ଲୁପ୍ ଚେସିସ ଦିଆଯାଇଛି । ଉଭୟ ପଟେ ଡିସ୍କ ବ୍ରେକ୍ ସହିତ ଏବିଏସ ଦିଆଯାଇଛି । ୧୦.୨୫ ଇଞ୍ଚର ଟିଏଫଟି ଡିସପ୍ଲେ, ନେଭିଗେସନ, ଟାଇପ-ସି ୟୁଏସବି ଚାର୍ଜର, ରେନ୍, ରୋଡ୍ ଏବଂ ଡାଇନାମିକ୍ ରାଇଡିଂ ମୋଡ୍ସ, ୧୫ ଇଞ୍ଚର ହ୍ବିଲ୍, ଟ୍ରାକ୍ସନ କଣ୍ଟ୍ରୋଲ, ବୈକଳ୍ପିକ ଏବିଏସ୍ ପ୍ରୋ ଭଳି ଫିଚର୍ସ ଅଫର କରିଛି କମ୍ପାନୀ ।

- Advertisement -

ଏଥିରେ ୧୫ କେଡବ୍ଲୁ କ୍ଷମତା ବିଶିଷ୍ଟ ଲିକ୍ବିଡ୍ କୁଲ୍ ମୋଟର ଦିଆଯାଇଛି । ଏହା ୪୧ ବିଏଚପି ଏବଂ ୬୧ ନ୍ୟୁଟନ ମିଟର ଟର୍କ ପ୍ରଦାନ କରିବ । ୮.୯ କେଡବ୍ଲୁଏଚ କ୍ଷମତା ବିଶିଷ୍ଟ ଲିଥିୟମ୍ ଆୟନ ବ୍ୟାଟେରୀ ଦେଇଛି କମ୍ପାନୀ । ଏହାକୁ ଫୁଲ ଚାର୍ଜ କଲେ ୧୩୦ କିଲୋମିଟର ଯାତ୍ରା କରିହେବ । ଏହାର ସର୍ବାଧିକ ସ୍ପିଡ ୧୨୦ କିଲୋମିଟର ପ୍ରତି ଘଣ୍ଟା ବୋଲି କମ୍ପାନୀ ସୂଚନା ଦେଇଛି । କମ୍ପାନୀ ୧୪.୯୦ ଲକ୍ଷ ଟଙ୍କାର ଏକ୍ସ ଶୋରୁମ୍ ଦାମରେ ଏହାକୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏହାର ବୁକିଂ ଆରମ୍ଭ ହୋଇସାରିଛି ଏବଂ ଡେଲିଭରୀ ସେପ୍ଟେମ୍ବର ୨୦୨୪ରେ ଆରମ୍ଭ ହୋଇଯିବ ।

କେମିତି ଜଳିଲା ବିମାନ? ଦେଖନ୍ତୁ ଲାଇଭ ଦୃଶ୍ୟ

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories