www.samajalive.in
Sunday, December 14, 2025
26.1 C
Bhubaneswar

ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତି କରୁଥିବା ଅଭିଯୋଗ ମିଥ୍ୟା – ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତ କରୁଥିବା ନେଇ ହେଉଥିବା ଅଭିଯୋଗକୁ ମିଥ୍ୟା ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନଭି ରମଣା। କଲେଜିୟମ୍ ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତିକୁ ସେ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ଆଉ ଏହି ନିଯୁକ୍ତି ପ୍ରକ୍ରିୟାରେ କେବଳ ବିଚାରପତିମାନେ ନୁହନ୍ତି; ବରଂ ଦେଶର ଅନ୍ୟ କେତେକ ସଂସ୍ଥା ଜଡିତ ଅଛନ୍ତି। ରବିବାର ବିଜୟୱାଡାସ୍ଥିତ ସିଦ୍ଧାର୍ଥ ଆଇନ ମହାବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଜଷ୍ଟିସ ରମଣା କହିଛନ୍ତି ଯେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ରାଜ୍ୟପାଳ, ଉଚ୍ଚ ନ୍ୟାୟାଳୟ କଲେଜିୟମ୍, ଗୁଇନ୍ଦା ବ୍ୟୁରୋ ଓ କାର୍ଯ୍ୟପାଳିକା ସାମିଲ ହୋଇଥାନ୍ତି। ଏହି ସମସ୍ତଙ୍କୁ ନେଇ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ଆବଶ୍ୟକ ଅନୁଧ୍ୟାନ କରାଯାଇଥାଏ।

ମାତ୍ର ଦେଶରେ ସୁପରିକଳ୍ପିତ ଭାବେ ଏହି ମିଥ୍ୟା ପ୍ରଚାରିତ ହେଉଛି ଯେ ବିଚାରପତିମାନେ ହିଁ ବିଚାରପତିଙ୍କୁ ନିଯୁକ୍ତି ଦେଉଛନ୍ତି। ଆଉ ଏହି ନିଯୁକ୍ତିରେ ବିଚାରପତିମାନେ ନିଜର ପରିଚିତ ଓ ସମ୍ପର୍କୀୟଙ୍କୁ ପ୍ରାଥମିକତା ଦେଉଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ସରକାରୀ ଓକିଲଙ୍କୁ ସ୍ବାଧୀନତା ପ୍ରଦାନ କରାଯିବା ଦରକାର। ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ରହିବା ନେଇ ସରକାରୀ ଓକିଲଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯିବା ଦରକାର ବୋଲି ସେ କହିଛନ୍ତି। ଆମ ଦେଶରେ ସରକାରୀ ଓକିଲମାନେ ସରକାରଙ୍କ ଦ୍ବାରା ପରିଚାଳିତ ହୋଇଥାନ୍ତି। ସରକାରଙ୍କ ଦୋଷ ତ୍ରୁଟି ସମ୍ବଳିତ ମାମଲାଗୁଡିକୁ ଅଦାଲତରେ ପହଞ୍ଚିବା ଲାଗି ସେମାନେ ତତ୍ପରତା ପ୍ରକାଶ କରନ୍ତି ନାହିଁ। ତେଣୁ ସରକାରୀ ଓକିଲଙ୍କ ନିଯୁକ୍ତି ନିମନ୍ତେ ଏକ ସ୍ବାଧୀନ ମନୋନୟନ କମିଟି ଗଠନ କରାଯିବା ଦରକାର ବୋଲି ପ୍ରଧାନ ବିଚାରପତି କହିଛନ୍ତି।

- Advertisement -

ସେହିପରି ଫୌଜଦାରୀ ମାମଲାର ତଦନ୍ତରେ ତ୍ରୁଟି ଓ ବିଳମ୍ବ ପାଇଁ ଉତ୍ତରଦାୟୀ ବ୍ୟବସ୍ଥା ରହିବା ଜରୁରୀ। କାରଣ ଫୌଜଦାରୀ ମାମଲାର ତଦନ୍ତରେ ତ୍ରୁଟି ଓ ବିଳମ୍ବ ପାଇଁ ଉତ୍ତରଦାୟୀତ୍ବବୋଧ ନରହିବାରୁ ଏହା ନ୍ୟାୟିକ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। କୌଣସି ମାମଲାରେ ଜଣଙ୍କୁ ମିଛରେ ଅଭିଯୁକ୍ତ କରାଯିବା ଦ୍ବାରା ତାର ସ୍ବାଧୀନତା ଅଧିକାର କ୍ଷୁଣ୍ଣ ହେଉଛି। ଏହା ଦ୍ବାରା ସେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories