www.samajalive.in
Sunday, December 7, 2025
14.1 C
Bhubaneswar

ଗୁପଚୁପ୍‌ର ଦାମ୍ ୩୩୩ଟଙ୍କା….

ନୂଆଦିଲ୍ଲୀ: ଭାରତରେ ଗୁପ୍‌ଚୁପ୍‌ ଏକ ଲୋକପ୍ରିୟ ଖାଦ୍ୟ। ପ୍ରାୟତଃ ସମସ୍ତେ ଗୁପ୍‌ଚୁପ୍‌ ଖାଇବାକୁ ବହୁତ ଭଲ ପାଆନ୍ତି। ବିଭିନ୍ନ ସ୍ବାଦର ଗୁପ୍‌ଚୁପ୍‌ ରହିଥିବା ବେଳେ ଏହାର ଦାମ୍‌ ପକେଟକୁ ସୁହାଇଲା ଭଳି ହୋଇଥାଏ। ତେବେ ଛତ୍ରପତି ଶିବାଜି ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ଫୁଡ୍‌ କାଉଣ୍ଟରରେ ଯେଉଁ ଗୁପ୍‌ଚୁପ୍‌ ବିକ୍ରି ହେଉଛି ତାହାର ଦାମ୍‌ ଶୁଣିଲେ କିଛିଟା ଅଜବ ଲାଗିବ। ଏଠାରେ ଗୋଟିଏ ପ୍ୟାକେଟ୍‌ରେ ୮ଟି ଗୁପ୍‌ଚୁପ୍‌ ବିକ୍ରି ହେଉଥିବା ବେଳେ ପ୍ୟାକେଟ୍‌ ଦାମ ୩୩୩ ଟଙ୍କା ରହିଛି। ମାତ୍ର ୮ଟି ଗୁପ୍‌ଚୁପ୍‌ ୩୩୩ ଟଙ୍କାରେ ବିକ୍ରି କରାଯିବାକୁ ନେଇ ଅନେକ ଯାତ୍ରୀ ଓ ଆଗନ୍ତୁକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିମାନବନ୍ଦରରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌ର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି କୌଶିକ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତି। ୮ଟି ଗୁପ୍‌ଚୁପ୍‌ର ଦାମ୍‌ ଏତେ ଅଧିକ କାହିଁକି ବୋଲି କୌଶିକ ପ୍ରଶ୍ନ କରିଛନ୍ତି। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏହାକୁ ଦେଖି ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି ବିମାନବନ୍ଦରରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌ ଗୁଡ଼ିକ ବୋଧହୁଏ ବିଦେଶରୁ ଆମଦାନୀ ହେଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories