ସମସ୍ତେ ଭାତୃଭାବରେ ବାନ୍ଧି ହେବା ଜରୁରୀ : ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ନଡ଼ିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗ୍ରାମରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଉତ୍ସବ ୩ ଦିନ ଧରି ଚାଲିବାକୁ ଥିଲା ବେଳେ ସୋମବାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏହାକୁ ଉଦଘାଟନ କରିଛନ୍ତି । ଆଜି ମନ୍ତ୍ରୀଙ୍କୁ ଶତାଧିକ ଜନସାଧାରଣ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ଏହି ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ ଯୀଶୁ ସ୍ନେହ, ପ୍ରେମ ଓ କ୍ଷମାର ସାଗର ଥିଲେ । ସେ ସମସ୍ତଙ୍କୁ ସ୍ନେହ ଓ ଶ୍ରଦ୍ଧା କରୁଥିଲେ। ସମସ୍ତେ ତାଙ୍କୁ ସମ୍ମାନ ଦେଇ ଭାତୃ ଭାବରେ ବାନ୍ଧି ହେବାକୁ ପରାମର୍ଶ ଦେବା ସହିତ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ଯାଜପୁର ପାଷ୍ଟର ଫେଲୋସିପ୍ ଚର୍ଚ୍ଚର ଆବାହକତ୍ୱରେ ଆୟୋଜିତ ଏହି ଅଧାତ୍ମିକ କାର୍ଯ୍ୟକ୍ରମ ତିନି ଦିନ ଚାଲିବ ବୋଲି ଜଣାଯାଇଛି ।

Comments are closed.