www.samajalive.in
Sunday, December 7, 2025
26.1 C
Bhubaneswar

୧୪୦୦୦ ଟି୨୦ ରନ୍ କରିବାରେ ଗେଲ୍‌ ବିଶ୍ବରେ ପ୍ରଥମ

ଗ୍ରସ୍ ଆଇଲେଟ୍‌: ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ୧୪୦୦୦ ଟ୍ବେଣ୍ଟି୨୦ ରନ୍‌ ସ୍କୋର୍ କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌। ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ‘ବିଶ୍ବର ବସ୍‌’ ଭାବେ ପରିଚିତ ବାମହାତି ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ଗେଲ୍‌ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ମଙ୍ଗଳବାର ୩୮ ବଲ୍‌ରୁ ୭ଟି ଛକା ଓ ୪ଟି ଚୌକା ସହ ୬୭ ରନ୍ କରିଥିଲେ। ଏହି ଇନିଂସ​‌େ​ର ଗେଲ୍‌ ୧୪ ହଜାର ଟ୍ବେଣ୍ଟି୨୦ ରନ୍‌କୁ ପାର୍ କରିଥିଲେ। ୨୦୦୬ରୁ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଆସୁଥିବା ୪୧ ବର୍ଷ ବୟସ୍କ ଗେଲ୍‌ ଅଦ୍ୟାବଧି ୪୩୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୨୨ଟି ଶତକ, ୮୭ଟି ଅର୍ଦ୍ଧଶତକ, ୧୦୨୮ଟି ଛକା ସହ ୩୭.୬୩ ଆଭ୍‌ରେଜ୍‌ରେ ୧୪୦୩୮ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ଟ୍ବେଣ୍ଟି୨୦ ସ୍କୋର୍‌ ହେଉଛି ୧୭୫ ରନ୍‌। ଗେଲ୍‌ ୬୮ଟି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ସେ ୧୭୯୬ ରନ୍ କରିଛନ୍ତି।

ଗେଲ୍‌ଙ୍କ ସହ ମୋଟ ୪ ଜଣ ୧୦ ହଜାର ଟ୍ବେଣ୍ଟି୨୦ ରନ୍ କରିଛନ୍ତି। ୧୦୮୩୬ ରନ୍‌ ସହ ୱେଷ୍ଟଇଣ୍ଡିଜ୍‌ର କୈରନ୍ ପୋଲାର୍ଡ ୨ୟ, ୧୦୭୪୧ ରନ୍‌ ସହ ପାକିସ୍ତାନର ସୋଏବ୍ ମାଲିକ୍ ୩ୟ ଓ ୧୦୦୧୭ ରନ୍‌ ସହ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୪ର୍ଥ ସ୍ଥାନରେ ରହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories