www.samajalive.in
Friday, December 5, 2025
16.1 C
Bhubaneswar

ଚିନ୍ତାକଳ୍ପ: ଭାବନାତ୍ମକ ସମ୍ବନ୍ଧ

ତଥାଗତଙ୍କର ଅତି ନିକଟତମ ଶିଷ୍ୟମାନଙ୍କ ମଧ୍ୟରୁ ଆନନ୍ଦ ଥିଲେ ଅନ୍ୟତମ। ବୌଦ୍ଧ ଭିକ୍ଷୁ ଉପଗୁପ୍ତ ମଧ୍ୟ ଅନ୍ତରଙ୍ଗ ଅନୁଗାମୀ ଥିଲେ। ଉପଗୁପ୍ତଙ୍କର ବିଶେଷତ୍ବ ଥିଲା ଯିଏ ଥରେ ବି ତାଙ୍କ ସଂସ୍ପର୍ଶରେ ଆସୁଥିଲେ ସେ ଭୁଲି ପାରୁନଥିଲେ ତାଙ୍କୁ। ଆକର୍ଷଣୀୟ ଚେହେରା ସହିତ ବ୍ୟକ୍ତିତ୍ବ ମଧ୍ୟ ସେହିଭଳି ଥିଲା। ଏକଦା ଉପଗୁପ୍ତଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଜଣେ ସୁନ୍ଦରୀ ତାଙ୍କ ପ୍ରତି ଅତ୍ୟଧିକ ଆସକ୍ତ ହୋଇପଡ଼ିଲେ। ମନ ଭିତରର କାମନା-ବାସନାକୁ ଚାପି ରଖିପାରି ନଥିଲେ କ୍ଷଣିକ ମୋହର ବଶବର୍ତ୍ତୀ ହୋଇ। ଲଜ୍ଜା, ସମ୍ଭ୍ରମ ସବୁକିଛି ଜଳାଞ୍ଜଳି ଦେଇ ଗୃହତ୍ୟାଗୀ, ମୋକ୍ଷ-ନିର୍ବାଣ ମନ୍ତ୍ରରେ ଅଭିମନ୍ତ୍ରିତ ଶ୍ରମଣଙ୍କୁ କହିଥିଲେ- ଏକାନ୍ତରେ କିଛି ସମୟ ତାଙ୍କ ସହ ଅତିବାହିତ କରି କୃତାର୍ଥ କରିବାକୁ। ଉପଗୁପ୍ତ ସୁନ୍ଦରୀଙ୍କ ଅଭୀପ୍‌ସା ସମ୍ପର୍କରେ ଜାଣିପାରିଥିଲେ। ତିଳେ ବି ପ୍ରତିକ୍ରିୟା ପ୍ରକାଶ ନ କରି ସକାରାତ୍ମକ ଢ଼ଙ୍ଗରେ ଭିକ୍ଷୁର ଜୀବନଦର୍ଶନକୁ ପରିପ୍ରକାଶ କରି କହିଥିଲେ- ‘ଉଚିତ ସମୟ ଆସିଲେ ମୁଁ ନିଶ୍ଚୟ ତୁମ ସହିତ କିଛି ସମୟ ବିତାଇ ତୁମକୁ କୃତାର୍ଥ କରିବି।’

ପ୍ରତୀକ୍ଷାର ଅନ୍ତ ନଥିଲା ସୁନ୍ଦରୀଙ୍କର। ସମୟ ସ୍ରୋତରେ ବେଶ୍ କିଛିବର୍ଷ ଅତିବାହିତ ହୋଇଯାଇଥାଏ ଇତି ମଧ୍ୟରେ। ସୁନ୍ଦରୀଙ୍କ ଆୟୁ ଯେତେଯେତେ ଅଧିକ ହେଉଥାଏ ବୟସର ଛାପ ସେତେ ଅଧିକ ପରିଦୃଷ୍ଟ ହେଉଥାଏ ତାଙ୍କଠାରେ। ବୟସ ବୃଦ୍ଧି ସହ ବ୍ୟାଧି କବଳିତ ହୋଇଯାଇଥିଲା ସେଦିନର ସେହି ଅପୂର୍ବ ଲାସ୍ୟମୟୀ ସୁନ୍ଦରୀଙ୍କ ଶରୀର। ଯେଉଁମାନଙ୍କ ପାଇଁ ଦିନେ ଶରୀରର ସୌନ୍ଦର୍ଯ୍ୟ ଆକର୍ଷଣୀୟ ଥିଲା, ଏବେ ସେମାନେ ତାଙ୍କୁ ଦେଖି ମୁହଁ ଆଡ଼ କରି ଚାଲିଯାଉଥାନ୍ତି। ନିଜ କୁଟୀରରେ ଏକାକିନୀ ଅବସ୍ଥାରେ ଅତୀତର ସେଇ ସୁଦିନ ସହ ଏବର ଦୁର୍ଦିନକୁ ତୁଳନା କରି ମ୍ରିୟମାଣ ଅବସ୍ଥାରେ ଥା’ନ୍ତି। ଚତୁର୍ଦିଗରେ ସୀମାହୀନ ଅନ୍ଧକାର ପ୍ରତୀତ ହେଉଥାଏ।

- Advertisement -

ନିଜର ବ୍ୟାଧିଗ୍ରସ୍ତ ଶରୀର, ଭବିଷ୍ୟତ ନେଇ ଘୋର ସଂଶୟରେ ଥିଲାବେଳେ ହଠାତ୍‌ ଉପଗୁପ୍ତ ତାଙ୍କ କୁଟୀରରେ ପହଞ୍ଚି ଯାଇଥିଲେ ଆକସ୍ମିକ ଭାବରେ। ନମ୍ର ଭାବରେ କହିଥିଲେ- ‘ଦେବି! ମୁଁ ଦେଇଥିବା କଥା ଅନୁସାରେ ତୁମ ସେବା ପାଇଁ ଉପସ୍ଥିତ।’ ଉପଗୁପ୍ତଙ୍କୁ ଚକିତ କରି କହିଥିଲେ ସୁନ୍ଦରୀ- ‘ପ୍ରଭୁ! ମୁଁ ଯେତେବେଳେ ଆପଣଙ୍କ ଯୋଗ୍ୟା ଥିଲି, ସେତେବେଳେ ଆପଣ ବିସ୍ମୃତ କରିଦେଲେ, ଆଉ ଆଜି ବୟସର ଅପରାହ୍ଣରେ ପୀଡ଼ିତ, ବେସାହାରା ଥିଲାବେଳେ ମୋତେ ଦେଖିବା ନିମନ୍ତେ ଚାଲିଆସିଲେ ଯେ?’ ଉପଗୁପ୍ତଙ୍କର ଉତ୍ତର ଥିଲା- ‘ଦେବି! ଶାରୀରିକ ଆକର୍ଷଣରୁ ଉପୁଜୁଥିବା ଆସକ୍ତିକୁ ବାସନା କୁହାଯାଇଥାଏ। ମୁଁ ତ ଭାବନାତ୍ମକ ସମ୍ବନ୍ଧ ଆଧାରରେ ଏଠାରେ ଉପସ୍ଥିତ। ମୋ ଦୃଷ୍ଟିରେ ଏହି ସମୟ ହିଁ ତୁମ ସହ ବିତାଇବା ପାଇଁ ଉପଯୁକ୍ତ।’

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories