www.samajalive.in
Wednesday, December 10, 2025
16.1 C
Bhubaneswar

ସମ୍ପାଦକୀୟ: ବିହାର ଜନାଦେଶ

ବିହାର ନିର୍ବାଚନର ଫଳାଫଳ ଆଶ୍ଚର୍ଯ୍ୟଜନକ ହେଲେ ବି ଅପ୍ରତ୍ୟାଶିତ ନୁହେଁ। ମହାମେଣ୍ଟକୁ ପରାସ୍ତ କରି ଏନ୍‌ଡିଏ ବିଜୟୀ ହୋଇଛି। ପରାଜୟ ପରେ ସାଧାରଣତଃ ଯେଉଁଭଳି ପ୍ରତିକ୍ରିୟା ଆସେ, ସେହିଭଳି ଆସିଛି – ଦୋଷାରୋପ, ବାହାନା ଏବଂ ନିଜର ଦୁର୍ବଳତା ଘୋଡ଼ାଇବା; କିନ୍ତୁ ଏହି ନିର୍ବାଚନ ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦେଇଛି – ଯଦି ଆପଣ ଲୋକଙ୍କ କଥା ନ କହିବେ, ସେମାନଙ୍କ ସମସ୍ୟା ବିଷୟରେ ଚିନ୍ତା ନ କରିବେ, ତେବେ ଲୋକେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବେ। ମହାମେଣ୍ଟ ଏହି ସତ୍ୟକୁ ସ୍ୱୀକାର କରିବା ବଦଳରେ ମତଦାତା ତାଲିକାର ବିଶେଷ ଗହନ ସଂଶୋଧନ ଅର୍ଥାତ୍ ଏସ୍‌ଆଇଆର୍‌କୁ ପରାଜୟର କାରଣ ଧରିଛନ୍ତି। ଏହା ନିର୍ବାଚନ ଆୟୋଗର ସମ୍ପୂର୍ଣ୍ଣ ବୈଧ ପ୍ରକ୍ରିୟା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏସ୍‌ଆଇଆର୍ ଓ ଭୋଟ ଚୋରି ଉପରେ ଧ୍ୟାନ ଦେଲେ; କିନ୍ତୁ ଏହା ସାଧାରଣ ଲୋକଙ୍କୁ ଆକର୍ଷିତ କଲା ନାହିଁ। କାରଣ ଏସବୁ ରାଜନୈତିକ ଦଳର ଆଭ୍ୟନ୍ତରୀଣ ବିଷୟ, ଯେଉଁଥିରେ ସାଧାରଣ ଲୋକର ସିଧାସଳଖ ଭୂମିକା ନାହିଁ।

ସାଧାରଣ ଲୋକ ଚାହୁଁଥିଲେ ମହାମେଣ୍ଟ ସେମାନଙ୍କର ସମସ୍ୟା ବିଷୟରେ କୁହନ୍ତୁ – ଶିକ୍ଷା, ସ୍ୱାସ୍ଥ୍ୟସେବା, ବେରୋଜଗାରୀ ଓ ବଢ଼ୁଥିବା ଦାଦନ ସମସ୍ୟାର ସମାଧାନ କ’ଣ? ମାତ୍ର ବିରୋଧୀ ଦଳ ଏସବୁ ମୂଳ ପ୍ରଶ୍ନକୁ ପଛରେ ପକାଇ କେବଳ ଏସ୍‌ଆଇଆର୍ ଓ ଭୋଟ ଚୋରିର ଗୀତ ଗାଇଲେ। ଏହି ଫଳାଫଳ ପଛରେ ସଂଖ୍ୟାର ଖେଳ ମଧ୍ୟ ଅଛି। ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏନ୍‌ଡିଏକୁ ଫେରିବା ସହ ମେଣ୍ଟ ବିଶାଳ ଶକ୍ତିରେ ପରିଣତ ହେଲା। ବିହାରରେ ଜାତି-ସମୀକରଣ ଯେଉଁଠି ପ୍ରାଧାନ୍ୟ ବିସ୍ତାର କରେ, ସେଠାରେ ଏନ୍‌ଡିଏ ମୂଳ ହିନ୍ଦୁ ସାମାଜିକ ଆଧାର ସହିତ ଅତି ପଛୁଆ ଶ୍ରେଣୀର ୨୦-୨୨ ପ୍ରତିଶତ ଭୋଟଙ୍କୁ ମଧ୍ୟ ଆକର୍ଷିତ କଲା। ଅନ୍ୟପକ୍ଷରେ ମହାମେଣ୍ଟ କେବଳ ମୁସଲମାନ-ଯାଦବ ସମୀକରଣରେ ସୀମିତ ରହିଗଲା । ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲେ। ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା‘ ଅଧୀନରେ ଦଶ ହଜାର ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି ବାସ୍ତବବାଦୀ ଏବଂ ପ୍ରଭାବଶାଳୀ ଥିଲା। ଅନେକ ମହିଳା ଏନ୍‌ଡିଏକୁ ସମର୍ଥନ କଲେ, ଯାହା ଦର୍ଶାଏ ଯେ ଭାବନାତ୍ମକ ଜାତିଗତ ରାଜନୀତି ଅପେକ୍ଷା ଆର୍ଥିକ ପ୍ରତିଶ୍ରୁତି ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ନିର୍ବାଚନ ବିହାରରେ ଜାତିବାଦୀ ଓ ବଂଶବାଦୀ ରାଜନୀତିର ଅବସାନ ଘଟାଇଲା। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ ବିଜେପି ସଂଗଠନର ଭୂମିକା ଅନସ୍ବୀକାର୍ଯ୍ୟ ହେଲେ ମଧ୍ୟ ଜେଡିୟୁ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନୀତୀଶକୁମାରଙ୍କ ଅବଦାନକୁ ନ୍ୟୂନ କରିହେବ ନାହିଁ। ସେ ଏନ୍‌ଡିଏର ବାସ୍ତବ ନାୟକ ଥିଲେ।

- Advertisement -

ଏସ୍‌ଆଇଆର୍‌କୁ ପରାଜୟର କାରଣ ଦର୍ଶାଇବା କେବଳ ସୁବିଧାଜନକ ବାହାନା। ପ୍ରକୃତ ପ୍ରଶ୍ନ ହେଉଛି – ଲକ୍ଷ ଲକ୍ଷ ବିହାରୀ ଭୋଟର କାହିଁକି ମହାମେଣ୍ଟକୁ ବିଶ୍ୱାସ କଲେ ନାହିଁ? କାହିଁକି ସେମାନେ ଏହି ମେଣ୍ଟକୁ ସମସ୍ୟାର ସମାଧାନକାରୀ ଭାବେ ଦେଖିଲେ ନାହିଁ? ଏସ୍‌ଆଇଆର୍ କିମ୍ବା ଭୋଟ ଚୋରିର ଅଭିଯୋଗ ଏସବୁ ପ୍ରଶ୍ନର ଉତ୍ତର ଦେଇପାରେ ନାହିଁ। ମହାମେଣ୍ଟର ଯୁକ୍ତି ଆହୁରି ଅଦ୍ଭୁତ – ଏହି ନିର୍ବାଚନ ହେଉଛି ‘ନିର୍ବାଚନ କମିସନ ଏବଂ ବିହାରର ଜନତାଙ୍କ ମଧ୍ୟରେ ପ୍ରତିଯୋଗିତା’। ଏହାର ଅର୍ଥ କ’ଣ? ଏହି ପ୍ରକାର ଯୁକ୍ତି ଗଣତାନ୍ତ୍ରିକ ପ୍ରତିଷ୍ଠାନ ପ୍ରତି ଅବିଶ୍ୱାସ ସୃଷ୍ଟି କରେ ଏବଂ ଜନତାଙ୍କ ରାୟକୁ ଅପମାନିତ କରେ।

ସତ୍ୟ ଏହା ଯେ ବିହାରର ଲୋକେ ବୁଝିବିଚାରି ନିଜର ସ୍ୱାର୍ଥରେ ଏନ୍‌ଡିଏକୁ ଭୋଟ ଦେଇଛନ୍ତି। ସେମାନେ ମହାମେଣ୍ଟକୁ ସୁଯୋଗ ଦେବାକୁ ପ୍ରସ୍ତୁତ ନଥିଲେ କାରଣ ସେମାନେ ଏହି ମେଣ୍ଟ ଉପରେ ବିଶ୍ୱାସ ହରାଇଥିଲେ। ଯଦି ମହାମେଣ୍ଟ ଏହି ସରଳ ସତ୍ୟ ବୁଝିବାକୁ ଅସମର୍ଥ, ଯଦି ସେମାନେ ନିଜ ଭୁଲରୁ ଶିକ୍ଷା ନେବା ବଦଳରେ କେବଳ ବାହାନା ଖୋଜିବେ, ତେବେ ଭବିଷ୍ୟତରେ ମଧ୍ୟ ସେମାନଙ୍କର ପରାଜୟ ନିଶ୍ଚିତ। ବିହାର ଏକ ଶିକ୍ଷା ଦେଇଛି – ଲୋକେ ବାହାନା ନୁହେଁ, ସମାଧାନ ଚାହାନ୍ତି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories