www.samajalive.in
Monday, December 15, 2025
24.1 C
Bhubaneswar

ଦେଖାଦେଲେ ଚୀନର ସବୁଠୁ ଧନୀ ଜ୍ୟାକ ମ‌ା

ବେଜିିଂ: ଦୁଇ ମାସରୁ ଅଧିକ ସମୟ ନିଖୋଜ ରହିବା ପରେ ଚୀନର ସବୁଠୁ ଧନୀ ବ୍ୟବସାୟୀ ଜ୍ୟାକ୍ ମା’ଙ୍କର ଆବିର୍ଭାବ ଘଟିଛି। ବୁଧବାର ସେ ଅନ୍‌ଲାଇନ୍‌ରେ ଆତ୍ମପ୍ରକାଶ କରିଛନ୍ତି। ଏକ ସ୍ଥାନୀୟ ବ୍ଲଗ୍‌ରେ ସେ ଦେଖାଦେବା ସହ ନିଜର ବାର୍ତ୍ତା ପ୍ରକାଶ କରିଛନ୍ତି। ସେ ଲାଇଭ୍‌ ଷ୍ଟ୍ରମ୍‌ରେ କିଛି ଶିକ୍ଷକଙ୍କ ସହିତ କଥା ହୋଇଥିବା ଦେଖାଯାଇଛି। ଗ୍ରାମାଞ୍ଚଳର ପ୍ରଶିକ୍ଷକଙ୍କୁ ତାଲିମ ଦେବା ପାଇଁ ଆୟୋଜିତ ଏକ କାର୍ୟ୍ୟକ୍ରମ ଅବସରରେ ତାଙ୍କ ବକ୍ତବ୍ୟର ସିଧା ପ୍ରସାରଣ କରାଯାଇଥିଲା। ପରେ ଇ-ମେଲ୍‌ ଯୋଗେ ଏହାର ସତ୍ୟତା ପ୍ରତିପାଦିତ କରାଯାଇଥିଲା। ଏହା ଦ୍ବାରା ତାଙ୍କୁ ନେଇ ପ୍ରକାଶ ପାଇଥିବା ନାନା ଆଶଙ୍କା ଦୂର ହୋଇଛି; ତେବେ ସେ ଏବେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇ ନାହିଁ।

ଜ୍ୟାକ୍ ହେଉଛନ୍ତି ବିଶ୍ୱର ସର୍ବବୃହତ୍‌ ଇ-କମର୍ସ କମ୍ପାନୀ ଆଲିବାବା ଓ ଆଣ୍ଡ ଗ୍ରୁପର ମାଲିକ। ଜଣେ ଦାନୀ ବ୍ୟକ୍ତି ଓ ଉଚ୍ଚମାନର ବକ୍ତା ଭାବେ ସେ ବେଶ୍‌ ଲୋକପ୍ରିୟ। ସେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇ ଯୁବକଯୁବତୀଙ୍କୁ ପ୍ରେରଣା ଦେଇଥାଆନ୍ତି। ସେଥିପାଇଁ ଜ୍ୟାକ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଚଳିତ ମାସ ୪ରେ ସେ ନିଖୋଜ ଥିବା ଖବର ପ୍ରଥମେ ପ୍ରକାଶ ପାଇଥିଲା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories