www.samajalive.in
Sunday, December 14, 2025
19.1 C
Bhubaneswar

ଭାରତ ସହ ସମ୍ପର୍କ ଆହୁରି ଦୃଢ଼ ହେବ: ନୂଆ ପ୍ରତିରକ୍ଷା ମନ୍ତ୍ରୀ

ୱାଶିଂଟନ: ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଲୋଏଡ ଅଷ୍ଟିନ। ପ୍ରତିରକ୍ଷା ମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଅଷ୍ଟିନ ତାଙ୍କ ଦଳୀୟ ସାଂସଦଙ୍କୁ କହିଛନ୍ତି ଯେ ଆଗାମୀ ଦିନରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଆହୁରି ମଜଭୁତ ହେବ। ଦୁଇଦେଶ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ବୁଝାମଣାକୁ କାର୍ୟ୍ୟକାରୀ କରିବାରେ ସେ ଦୃଢ ପଦକ୍ଷେପ ନେବେ। ବିଶେଷକରି କ୍ବାଦ ସୁରକ୍ଷା କଥାବାର୍ତ୍ତା ଓ ଅନ୍ୟ ଦ୍ବିପାକ୍ଷିକ ବୁଝାମଣାକୁ ଗୁରୁତ୍ବ ଦିଆଯିବ ସହିତ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରାଯିବ। ପାକିସ୍ତାନ ପ୍ରସଙ୍ଗରେ ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଦିଗରେ ଇସଲାମାବାଦ ସକରାତ୍ମକ ପଦକ୍ଷେପ ନେଇଛି। ବିଶେଷକରି ଆମେରିକାର ଅନୁରୋଧ ଆଧାରରେ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାକୁ ପାକିସ୍ତାନ କାର୍ୟ୍ୟକାରୀ କରିଛି। ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ପାକିସ୍ତାନ ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର। ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ବିରୋଧରେ ପାକିସ୍ତାନ ପଦକ୍ଷେପ ନେଇଥିବା ଅଷ୍ଟିନ କହିଛନ୍ତି।

ପାକିସ୍ତାନକୁ ଆମେରିକାର ପ୍ରତିରକ୍ଷା ସହଯୋଗ ବନ୍ଦ କରାଯିବା ଦ୍ବାରା ଦୁଇଦେଶର ସମ୍ପର୍କ ପ୍ରଭାବିତ ହେବାର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ଆତଙ୍କବାଦ ଦମନ କ୍ଷେତ୍ରରେ ପାକିସ୍ତାନ ଆବଶ୍ୟକ ସହଯୋଗ କରୁ ନଥିବା ଅଭିଯୋଗ କରି ୨୦୧୮ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସଲାମାବାଦକୁ ସମସ୍ତ ପ୍ରତିରକ୍ଷା ସହଯୋଗକୁ ବନ୍ଦ କରିଦେଇଥିଲେ। ଅଷ୍ଟିନ କହିଛନ୍ତି ଯେ ପାକିସ୍ତାନ ଏହାର ଭୂଖଣ୍ଡକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ନ ହେବାକୁ ଦେବା ଉପରେ ସେ ଗୁରୁତ୍ବ ଦେବେ। ତେବେ ପାକିସ୍ତାନ ସହିତ ଆମେରିକାର ସାମରିକ ସମ୍ପର୍କ ଆରମ୍ଭ କରିବାକୁ ସେ ସୁଯୋଗ ଦେବେ। ଏଥିପାଇଁ ପାକିସ୍ତାନକୁ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଅଷ୍ଟିନ କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories