ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ବାଇଟ୍ ହାଉସରୁ ବିଦାୟ ପୂର୍ବକ ପରମ୍ପରା ଭାଙ୍ଗିଛନ୍ତି। ନୂଆ ରାଷ୍ଟ୍ରପତି ବାଇଡେନଙ୍କୁ ଟ୍ରମ୍ପ ହ୍ବାଇଟ ହାଉସ୍କୁ ସ୍ବାଗତ କରି ନାହାନ୍ତି କି ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହି ନାହାନ୍ତି। ହ୍ବାଇଟ ଛାଡିବା ପୂର୍ବରୁ ବାଇଡେନଙ୍କ ସହିତ ଟ୍ରମ୍ପ କୌଣସି ପ୍ରକାର କଥା ହୋଇ ନାହାନ୍ତି। ଏପରିକି ଟେଲିଫୋନ ମାଧ୍ୟମରେ ମଧ୍ୟ କଥା ହୋଇ ନାହାନ୍ତି। ବୁଧବାର ଟ୍ରମ୍ପ ତାଙ୍କ ବିଦାୟୀ ଅଭିଭାଷଣରେ ବାଇଡେନଙ୍କ ନାମ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ତେବେ ବାଇଡେନଙ୍କ ଉଦ୍ଦେଶ୍ୟରେ ଟ୍ରମ୍ପ ଏକ ଛୋଟ ଚିଠି (ନୋଟ୍) ଛାଡିଯାଇଛନ୍ତି। ନୋଟ୍ରେ କଣ ଲେଖାଅଛି ତାହା ଜଣାପଡି ନାହିଁ। ଟ୍ରମ୍ପ ତାଙ୍କ ବିଦାୟୀ ଭାଷଣରେ ବାଇଡେନଙ୍କ ନାମ ନେଇ ନଥିଲେ। ତେବେ ଆଣ୍ଡ୍ର୍ୟୁ ଏୟାବେସ୍ରେ ଟ୍ରମ୍ପ ନିଜର ଫ୍ଲୋରିଡା ରିସର୍ଟ ଅଭିମୁଖେ ଯାତ୍ରା ପୂର୍ବରୁ କହିଥିଲେ ‘ମୁଁ ସବୁବେଳେ ତୁମ ପାଇଁ ଲଢେଇ କରିବି। ମୁଁ ଦେଖିବି, ଶୁଣିବି ଏବଂ ତୁମକୁ କହୁଛି ଯେ ଦେଶର ଭବିଷ୍ୟତ କେବେହେଲେ ଭଲ ହୋଇପାରିବ ନାହିଁ।’
Popular Categories



