www.samajalive.in
Sunday, December 14, 2025
19.1 C
Bhubaneswar

ଚିଲଡ୍ରେନ କୋର୍ଟକୁ ହସ୍ତାନ୍ତର ହେଲା ପରୀ ହତ୍ୟାକାଣ୍ଡ ମାମଲା

ନୟାଗଡ଼: ନୟାଗଡ଼ ବ୍ଲକ ଯଦୁପୁର ଗ୍ରାମର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ବିଚାର ଜିଲା ଚିଲଡ୍ରେନ କୋର୍ଟ କରିବେ ବୋଲି ଜିଲା ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ଏହି ରାୟ ଶୁଣାଇଛନ୍ତି । ଗିରଫ ଅଭିଯୁକ୍ତର ଲେୟଡ଼ ଭଏସ୍ ଆନାଲିସିସ ଟେଷ୍ଟ ପାଇଁ ଏସ୍ଆଇଟି ଗତ ୧୩ ତାରିଖରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ନିକଟରେ ଆବେଦନ କରିଥିଲା। ଏହି ମାମଲାର ତର୍ଜମା ଆଜି ବୋର୍ଡ଼ର ଅଧ୍ୟକ୍ଷ, ୨ଜଣ ସଦସ୍ୟ ଏବଂ ଜଣେ ମନସ୍ତତ୍ବବିତ କରିଥିଲେ । ଯେହେତୁ ଅଭିଯୁକ୍ତର ବୟସ ୧୬ ବର୍ଷରୁ ଅଧିକ ଏବଂ ୧୮ବର୍ଷରୁ କମ୍ ତେଣୁ ଏହାର ପରବର୍ତ୍ତୀ ବିଚାର ଜିଲା ଚିଲଡ୍ରେନ କୋର୍ଟ କରିବା ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ରାୟ ଦେଇଛନ୍ତି ବୋଲି ସରକାରୀ ଓକିଲ ବଳଭଦ୍ର ମହାନ୍ତି ପ୍ରକାଶ କରିଛନ୍ତି।

ବୋର୍ଡ଼ର ରାୟ ପରେ ଅଭିଯୁକ୍ତକୁ ଚିଲଡ୍ରେନ କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟ ପୁଣି ତାକୁ ଅନୁଗୋଳ ବାଳସୁଧାର ଗୃହକୁ ପଠାଇଦେଇଛନ୍ତି। ଜିଲା ଚିଲଡ୍ରେନ କୋର୍ଟର ବିଚାରପତି ଅତିରିକ୍ତ ଜିଲାଦୌରାଜଜ ରହିଛନ୍ତି। ଏହି ମାମଲାରେ ଗତ ଡ଼ିସେମ୍ବର ୨୦ ତାରିଖରେ ଗିରଫ ହୋଇଥିବା ନାବାଳକର ବ୍ରେନମ୍ୟାପିଙ୍ଗ କରାଯିବା ପାଇଁ ଏସ୍ଆଇଟି ଜାନୁଆରୀ ୮ତାରିଖରେ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼ ନିକଟରେ ଆବେଦନ କରିଥିଲା। ମାତ୍ର,ଏହି ଟେଷ୍ଟ କରିବାକୁ ଅଭିଯୁକ୍ତ ଲିଖିତ ଭାବେ ବିରୋଧ କରିବାରୁ ଜଷ୍ଟିସ ବୋର୍ଡ଼ ଏସ୍ଆଇଟିର ଆବେଦନକୁ ଖାରଜ କରି ଦେଇଥିଲେ।

- Advertisement -

ସେହିଭଳି, ଏସ୍ଆଇଟି ପକ୍ଷରୁ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ଆବେଦନକୁ ମଧ୍ୟ ବୋର୍ଡ଼ ଖାରଜ କରିଦେଇଥିଲେ। ଅନୁରୂପ ଭାବେ ଅଭିଯୁକ୍ତର ଲେୟଡ଼ ଭଏସ୍ ଆନାଲିସିସ ଟେଷ୍ଟ ପାଇଁ ଏସ୍ଆଇଟି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼ରେ ଆବେଦନ କରିଥିଲାବେଳେ ଏହାର ବିଚାର ପାଇଁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର ହୋଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories